ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଶୀଳା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ 

ସୁଶୀଳା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ 

ଜଳେଶ୍ଵର ,୫/୯(ମନିସ)- ପବିତ୍ର ଜନ୍ମାଷ୍ଟମୀ ଓ ସ୍ବର୍ଗତ ସୁଶୀଳା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲେକ୍ଷେ ବରଡିହା ଗ୍ରାମ ପଞ୍ଚାୟତର ବାଗବୁଡ଼ା ଗ୍ରାମର ସୁଶୀଳା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ସ୍ବର୍ଗତ ସୁଶୀଳା ଜେନାଙ୍କ ପୁତ୍ର ରାଜୀବ କୁମାର ଜେନାଙ୍କ ପ୍ରଚେଷ୍ଟାରେ ଗ୍ରାମରେ ଥିବା ମାଣିକେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଜଳେଶ୍ବର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବାଲେଶ୍ୱର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ,ହାତିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଭୀଷ୍ମ ଚରଣ ପରିଡ଼ା, ଜିଲ୍ଲା ରକ୍ତ ଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ,ଉପସଭାପତି ସୁବ୍ରତ କୁମାର ରଣା ଓ ଲକ୍ଷ୍ମୀଧର ବାରିକ୍, ସମ୍ପାଦକ ମନୋରଞ୍ଜନ ଦାସ,ବରଡିହା ସରପଞ୍ଚ ଅଜୟ କୁମାର ମହାନ୍ତି, ଯୁବନେତା ରାଜୀବ ଲୋଚନ ଗିରି,ପୂର୍ବତନ ସମିତି ସଭ୍ୟ ମନୀନ୍ଦ୍ର ଧର,ଜଳେଶ୍ଵର ବ୍ଲକ କଂଗ୍ରେସ ସଭାପତି ହେମନ୍ତ କୁମାର ଗିରି,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲେଲିନ କୁମାର ପ୍ରଧାନ,ରାଜୀବ ଗିରି, ସରୋଜ କୁମାର ଜେନା, ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ ଶିବିରରୁ ମୋଟ ୬୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଳକ ରେ ନୂତନ ଜିଲ୍ଲାପାଳ ଙ୍କ ପରିଦର୍ଶନ

Sunil Chandra Nayak

ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାନାନ୍ତର ଘଟଣାରେ ସାହିବାସିନ୍ଦାଙ୍କ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ନିମ୍ନ ମାନର ରେଙ୍ଗାଲି କାମ

masiha

Leave a Comment

error: Content is protected !!