ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବାନନ୍ଦ ଆଶ୍ରମ ରେ ଜନ୍ମାଷ୍ଟମୀ ପାଳନ 

ଶିବାନନ୍ଦ ଆଶ୍ରମ ରେ ଜନ୍ମାଷ୍ଟମୀ ପାଳନ 

ରାଉରକେଲା: ଇସ୍ପାତ ଟାଉନସିପ୍ ଶାଖା ସେକ୍ଟର ୭ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ସକାଳ ସଦଗୁରୁ ପାଦୁକା ପୂଜା, ଗୋପାଳ ସାହସ୍ରାଚାନା, ସନ୍ଧ୍ୟାରୁ ମଧ୍ୟ ରାତ୍ରି ଯାଏ ସତସଙ୍ଗ, ପୂଜାର୍ଚ୍ଚନା, ହାଭାନା ଓ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। କାର୍ଯ୍ୟକ୍ରମରେ ସଭାପତି ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ସମ୍ପାଦକ ବିଜୟ କୁମାର ମହାରଣା, କୋଷାଧ୍ୟକ୍ଷ ନୃସିଂହ ରଥ, ରାମଚନ୍ଦ୍ର ସ୍ବାଇଁ, ତ୍ରିଲୋଚନ ପଣ୍ଡା, ପ୍ରିୟବ୍ରତ ମହାନ୍ତି, ଗିରିଧାରୀ ସ୍ବାଇଁ, ରବିନାରାୟଣ ପଣ୍ଡା, ରଞ୍ଜିତ ଜେନା,ସାରଦା ପ୍ରସାଦ ମହାନ୍ତି, ଅଚ୍ୟୁତାନନ୍ଦ ଦାଶ, ଉର୍ମିଳା ଦାସ, ସୁଜାତା ରଥ, ସୁଜାତା ଦିକ୍ଷୀତ, ମଞ୍ଜୁ ବାଳା ସ୍ବାଇଁ,ଅନୁପମା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରିଲାଇବ୍ଲେ ଇନ୍ଫ୍ରାଟେକ୍ ପକ୍ଷରୁ ଟାଟା ଷ୍ଟିଲ କମ୍ପାନୀରେ ସଡ଼କ ସୁରକ୍ଷା ପାଳିତ 

Sunil Chandra Nayak

ଆଭାସୀ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

masiha

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!