ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଆମ ରାଉରକେଲା” ର ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା/ଅନନ୍ତ ଉଦୟ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାଉଲକେଲା ର ସିଭିକ ସେଣ୍ଟର ଠାରେ “ଆମ ରାଉଲକେଲା” ଉପରେ ଆଲୋଚନା ଚକ୍ର,ବକ୍ତ୍ରୁତା,ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବର ପ୍ରଥମ ସୋପାନରେ “ଆମ ରାଉରକେଲା” ଉପରେ ଏକ ଆଲୋଚନା ଚକ୍ର କରାଯାଇଥିଲା।।ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ ଯୋଗଦେଇ ଆମ ରାଉରକେଲା କୁ ନେଇ ଗର୍ବ ଅନୁଭବ କରିବା ସହିତ ରାଉରକେଲା ବର୍ତ୍ତମାନ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ,ଡେପୁଟି କମିସନର ସୁଧାଂଶୁ ଭୋଇ ଆରସିସିଆଇ ସଭାପତି ଶୁଭ ପଟ୍ଟନାୟକ, ଅଧିକ୍ଷଣ ଯନ୍ତ୍ରୀ ମନୋଜ ମହାନନ୍ଦ,ରାଉଲକେଲା ସମବାୟ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର ,ସମାଜସେବୀ ମୀରା ପରିଡା ପ୍ରମୁଖ ଯୋଗଦେଇ ରାଉଲକେଲା ସହର ଉନ୍ନତି କରଣ କରିବାରେ ଯେଉଁ ମାନଙ୍କ ଅବଦାନ ସେମାନଙ୍କ ସଂପର୍କରେ ଏବଂ କେତେ ଉନ୍ନତି ହୋଇଛି ତାହା ଆଲୋକପାତ କରିବା ସହିତ ଅନୁଷ୍ଠାନ ଲୋକାଭିମୁଖୀ କାର୍ଯ୍ୟ କରୁଥିବାରୁ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଭୁୟସୀ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର କାମନା କରିଥିଲେ।

  ଦ୍ବିତୀୟ ସୋପାନରେ ମହିଳା ସଶକ୍ତିକରଣ ଏବଂ ସାମାଜିକ ମୁଲ୍ୟବୋଧ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ସନ୍ଧ୍ୟରାଣୀ ପତି, ନଳିନୀ ପଟ୍ଟନାୟକ, ନିହାରିକା ବସ୍ତିଆ,ସୁମନ ଜଲବାନିଆ,ପଦ୍ମିନୀ ପାଣିଗ୍ରାହୀ, ରଶ୍ମିବାଳା ମିଶ୍ର ପ୍ରମୁଖ ବିଶିଷ୍ଠ ମହିଳା ବ୍ୟକ୍ତି ମାନେ ଭାଗନେଇ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ବର୍ତ୍ତମାନ ମହିଳା ସ୍ୱାବଲମ୍ବୀ ଏବଂ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ବୋଲି ମତବ୍ୟକ୍ତ କରିଥିଲେ। 

     ଅନୁଷ୍ଠାନର ଅଧ୍ୟକ୍ଷା ରାଜଲକ୍ଷ୍ମୀ ପାତ୍ର ଅତିଥି ପରିଚୟ ପ୍ରଦାନ କରି ଅନୁଷ୍ଠାନ ବିଭିନ୍ନ ଜନମଙ୍ଗଳାକାରୀ କରିଥିବା କାର୍ଯ୍ୟ ସମ୍ପର୍କରେ ଏବଂ ବାର୍ଷିକ ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। 

   ଏହି ଅବସରରେ ଚିତ୍ରାଙ୍କନ,ବକ୍ତ୍ରୁତା,ସଙ୍ଗୀତ,ନୃତ୍ୟ ଏବଂ ରଚନା ପ୍ରତି ଯୋଗୀତାରେ ଭାଗନେଇଥିବା ସ୍କୁଲ,କଲେଜ ର କୃତି ପ୍ରତିଯୋଗୀଙ୍କୁ ଏବଂ ରାଉଳକେଲାର ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା।  ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଡ଼ ପୂଜା ପତି, ଯନ୍ତ୍ରୀ ସଞ୍ଜିତ ବେହେରା,କଳାକାର ପୁଷ୍କକ ରାଉତ ପ୍ରମୁଖ ସଂଯୋଜନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ବନ ସୁରକ୍ଷା କମିଟି ଆତ୍ମନିର୍ଭରଶୀଳ ହେବାକୁ ପାଇଲେ ଟେଣ୍ଟ ହଉସ ସାମଗ୍ରୀ 

masiha

ବିଜୁ ଶିଶୁ ସୁରକ୍ଷା ଯୋଜନା: ବିବାହ ସହାୟତା ପାଇଁ ଜିଲା ପ୍ରଶାସନ ଦେଲା ୫୦ ହଜାର ଟଙ୍କା

Sunil Chandra Nayak

Leave a Comment

error: Content is protected !!