ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ନିଶା ମୁକ୍ତ ଭାରତ ଅଭିଯାନ କୁଲିହାରୀ ଉଚ୍ଚ ବିଦ୍ୟାଳୟରେ ପାଳନ
ଜୁନାଗଡ଼,୩୧/୧୦(ମନୀ ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲିହାରୀ ଉଚ୍ଚ ବିଦ୍ୟାଳୟ, କୁଲିହାରୀଠାରେ ରାଷ୍ଟ୍ରୀୟ ଏକତା ଦିବସ ଜୁନାଗଡ଼ ପୋଲିସଙ୍କର ଆନୁକୂଲ୍ୟରେ ପାଳନ କରାଯାଇଛି । ଏହି ଦିବସ ଉପଲକ୍ଷେ ଓଡ଼ିଶା ପୋଲିସ ଆଇଆଇସି ଶ୍ରୀ ଶେଷଦେବ ବେହେରା ମହୋଦୟ, ଓଡ଼ିଶା ପୋଲିସ ଏସଆଇ ଶ୍ରୀମତୀ ସୋନାଲିସା ବିଶ୍ୱାଳ ମହୋଦୟା, ଓଡ଼ିଶା ପୋଲିସ ଏସଆଇ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ ତଥା ଅନ୍ୟାନ୍ୟ ଓଡ଼ିଶା ପୋଲିସ କର୍ମଚାରୀ ଯୋଗଦାନ କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ପାଢ଼ୀ ସଭାପତିତ୍ୱ କରିଥିଲେ । ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ଭାରତ ଅଭିଯାନ ବିଷୟରେ ସଚେନତତା ଉଦ୍ଦେଶ୍ୱରେ ଗୋଟିଏ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନବମ ଶ୍ରେଣୀ ଛାତ୍ର ଜ୍ୟୋତିଷ ପୂଝାରୀ ପ୍ରଥମ , ନବମ ଶ୍ରେଣୀ ଛାତ୍ରୀ ତୃପ୍ତିମୟୀ ଦଣ୍ଡସେନା ଦ୍ୱିତୀୟ ଏବଂ ଦଶମ ଶ୍ରେଣୀ ଛାତ୍ରୀ ରାଧିକା ଧଙ୍ଗଡମାଝି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆଇଆଇସି ମହୋଦୟ ଛାତ୍ରଛାତ୍ରୀଙ୍କୁ ଆଜି ଦିବସର ମହତ୍ୱ ତଥା ନିଶା ଭଳି ଏକ ମାରାତ୍ମକ ବ୍ୟାଧି କିପରି ଦୂରେଇ ରହିପାରିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଜ ଅଭିଭାଷଣରେ ବ୍ୟାଖ୍ୟା କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏସଆଇ ଦାସ ମହୋଦୟ ଛାତ୍ରଛାତ୍ରୀଙ୍କୁ ନିଜ ଚାକିରି ଜୀବନରେ ଘଟିଥିବା ଘଟଣା ଦ୍ୱାରା ସଚେତନତାର ବାର୍ତ୍ତା ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଶ୍ରୀମତୀ ମମତା କୁମାରୀ ହୋତା ଉପସ୍ଥିତ ସମସ୍ତ ଅତିଥି ବୃନ୍ଧଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

