ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଡ଼.ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

ଜୁନାଗଡ଼ରେ ଡ଼.ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

ଜୁନାଗଡ଼,୭/୧୨(ମ ନି ସ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ବହୁ ଆଡ଼ମ୍ବର ସହିତ ଭାରତ ରତ୍ନ .ବାବସାହେବ ଡ଼.ବି ଆରଆମ୍ବେଦକର ଙ୍କ ୬୭ ତମ ପରିନର୍ବାଣ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତି ନିକଟରେ ବହୁଜନ ସଂଗ୍ରାମ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରରେ ସଭାପତି ରଞ୍ଜନ କୁମାର ଜାଲ ଅଧକ୍ଷତା କରିଥିଲେ।ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ରେ ଉପସ୍ଥିତ ଅତିଥି ଓ ସଂଗଠନର କର୍ମକର୍ତାଙ୍କ ଦ୍ଵାରା ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ସ୍ବର୍ଗତ ମହାନ ଆତ୍ମାଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ପ୍ରଥମଥର ଜୁନାଗଡ଼ରେ ବାବା ସାହେବ ଆମ୍ବେଦକରଙ୍କ ଏହି ପରିନିର୍ବାଣ ଦିବସ ଧୁମ୍ ଧାମରେ ପାଳନ ହୋଇଥିଲା। କାର୍ଯ୍ୟକ୍ରମରେ ସଭାପତି ରଞ୍ଜନକୁମାର ଜାଲ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ନିଜର କ୍ରାନ୍ତିକାରୀ ଅଭିଭାଷଣ ରଖି ବାବାସାହେବ ଙ୍କ ଜୀବନୀ, ଆଦର୍ଶ ଓ ଭରତୀୟ ତଥା ସମଗ୍ର ମାନବ ଜାତି ପାଇଁ ତାଙ୍କର ତ୍ୟାଗ ଓ ଅବଦାନ ବିଷୟରେ ପ୍ରାଞ୍ଜଳ ଭାବେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଣ୍ଡରା ମାଲି ସମାଜର ସଭାପତି ଈଶ୍ୱର ପୁଝାରି,ପଣ୍ଡରାମଳି ଯୁବ ବାହିନୀ ରା ସଭାପତି ଦୁର୍ଗା ପ୍ରସାଦ ନାଏକ,ଅଧ୍ୟାପକ ପ୍ରିୟବ୍ରତ ବାଣୁଆ, ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ମାରବାଡ଼ି ସମାଜର ଦିଲ୍ଲୀପ ଅଗ୍ରୱାଲ, କୁବେର ସମାଜ ସଭାପତି ଉଦ୍ଧବ ଚରଣ ସାହୁ, ଧୀବର ସମାଜର କଂହେଇଲାଲ କୈବର୍ତ୍ତ, ବିପିନ ନାୟକ, , ପୁର୍ବତନ ଯାଦବ ସମାଜ ସଭାପତି ବାଲାଜୀ ଯାଦବ, ପ୍ରମୁଖ ଉପସ୍ଥିତ ହୋଇ ବାବାସାହେବଙ୍କ ସୃତି ଚାରଣ ସହ ଦଳିତମାନଙ୍କ ଉତ୍ଥାନ ପାଇଁ ତାଙ୍କର ବଳିଦାନ ସମାଜରେ ସମାନତା ପାଇଁ ଯେଉଁ ଅମୂଲ୍ୟ ସମ୍ପଦ ଭରତର ସମ୍ବିଧାନ ଦେଇ ଯାଇଛନ୍ତି ଏହାକୁ,ସୁ ଉପଯୋଗ କରି ସମାଜର ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରି ଆହ୍ୱାନ କରିଥିଲେ।ମହାତ୍ମା ଜ୍ୟୋତିଭା ଓ ସାବିତ୍ରୀ ବାଇ ଫୁଲେ ଙ୍କ ପ୍ରତିମୂର୍ତ୍ତି ଜୁନାଗଡ଼ ସହରରେ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଥିଲେ ଏବଂ ବହୁଜନ ସଂଗ୍ରାମ ସମିତି ତରଫରୁ ପୂର୍ଣ ସହଯୋଗ ରହିବ ବୋଲି ସଭାପତି ଶ୍ରୀ ଜାଲ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗଠନର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି ଓ ବରିଷ୍ଠ ସଦସ୍ୟ ଉଗ୍ରେସନ କନ୍ଦପାନ ,ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ସଦସ୍ୟ ସମାଜସେବୀ ବିଶ୍ୱନାଥ କର। କାର୍ଯ୍ୟକ୍ରମରେ ରବି ସୁନାନୀ,ପୂର୍ଣେନ୍ଦୁ ମାଝୀ ,ଅଞ୍ଜନ କ୍ଷିତି ,ଘାସି କ୍ଷିତି, ରତନ ଧଙ୍ଗଡା ମାଝୀ, ସୁଶାନ୍ତ ନାଏକ, ଗୌରାଙ୍ଗ ସୁନା, ରିଷୀ କ୍ଷିତି,ଲକ୍ଷ୍ମୀ ଭଣ୍ଡାରଘରିଆ,ବୁନୁ ବାଗ,ଲୋକେଶ ନାଏକ ପ୍ରମୁଖଙ୍କ ସହ ସାମ୍ବାଦିକ ତଥା ସମାଜସେବୀ ଆଦିତ୍ୟ ମହାନ୍ତି ,ଭୋକରର୍ଦ୍ଧନ ଧ ଙ୍ଗ ଡାମାଝୀ, ବ୍ୟୋମକେଶ ପୁରୋହିତ, ରଜନୀ ମିଶ୍ର ,ବିମଲ ସତପଥୀ ଓ ବହୁଜନ ସଂଗ୍ରାମ ସମିତିର ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ,ସାମ୍ବାଦିକ ,ସମାଜସେବୀ ଓ ଜନସାଧାରଣ ଯୋଗଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଓଡିଶା ମିଲେଟ ମିଶନର ଏସଏଚଜି ମହିଳା ମାନଙ୍କୁ ତାଲିମ 

masiha

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟିତ

ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ଠାକୁର ଙ୍କ ପରଲୋକ 

Leave a Comment

error: Content is protected !!