ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ବସ ଚଳାଚଳ ଯୋଗୁଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଲା ଡାବୁଗାଁ ଜୟ ଭାରତ ଅଟୋ ୟୁନିଅନ

ଲକ୍ଷ୍ମୀ ବସ ଚଳାଚଳ ଯୋଗୁଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଲା ଡାବୁଗାଁ ଜୟ ଭାରତ ଅଟୋ ୟୁନିଅନ

ଡାବୁଗାଁ, ୭/୧୨ (ମ.ନି.ସ.)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଟୋ ଚାଳକ ଓ ମାଲିକ ମାନଙ୍କ ଥଇଥାନ ପାଇଁ ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଜୟ ଭାରତ ଅଟୋ ୟୁନିଅନ ତରଫରୁ ଡାବୁଗାଁ ବିଡ଼ିଓ ଶରତ ମାଝୀ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଲକ୍ଷ୍ମୀ ବସ୍ ଚଳାଚଳ ପରେ ଅଧିକ ପ୍ରଭାବିତ ହେବେ ହଜାର ହଜାର ଅଟୋ ଚାଳକ। ରୋଜଗାର ଶୁନ୍ୟ ହେବା ସମ୍ଭାବନା ଅଧିକ ଅଛି। ଅଟୋ ଚାଳକ ଓ ମାଲିକ ମାନଙ୍କ ଥଇଥାନ ପାଇଁ ସରକାର ଯଦି ସଠିକ ପଦକ୍ଷେପ ନ ନିଅନ୍ତି ହଜାର ହଜାର ପରିବାର ଜୀବିକା ପ୍ରଭାବିତ ହେବ। ଜୟ ଭାରତ ଅଟୋ ୟୁନିଅନ କୁ ସମର୍ଥନ ଜଣାଇଛନ୍ତି ଅନେକ ସଂଗଠନ। ଜୟ ଭାରତ ଅଟୋ ୟୁନିଅନ ସଭାପତି ମିହିର ଶଙ୍କର ରାୟ ପାତ୍ର, ସଂପାଦକ ଗଗନ ଗନ୍ତାୟତ, ଆଇନ୍ ପରାମର୍ଶଦାତା ଜୟନ୍ତ କୁମାର ପାତ୍ର, କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଜିଲ୍ଲା ଦେଶୀଆ କଳା ସଂସ୍କୃତି ପରିଷଦ ସଭାପତି କାର୍ତ୍ତିକ ଭତ୍ରା, ପ୍ରଶାନ୍ତ ପଣ୍ଡା, ଭୈରବ ରାଓ, ପୁପୁନ ପଣ୍ଡା,‌ ରାମ ଚନ୍ଦ୍ର ପରିଛା , ସନ୍ତୋଷ ସିଂ,‌ କିସର ଚନ୍ଦ୍ର ପରିଡା, ଗଣେଶ ସାଗର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ରାଜୀବ ନଗର ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସୁକନ୍ୟା ଇତିଶ୍ରୀ ଙ୍କ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ” ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଜୋର୍ ହେଲା l ୪୫ ଲକ୍ଷ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଓ ୩ଟି ବାଇକ୍ ଜବତ 

Sunil Chandra Nayak

Leave a Comment

error: Content is protected !!