ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

ବସ୍ତା,୭।୧୨ ବସ୍ତା ଥାନା ଅଧିନସ୍ଥ କୋଇଲିସାହି ଗ୍ରାମର ପାଣିରେ ବୁଡି ଜଣେ ୫ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁପୁତ୍ର ଜଣକ ହେଲେ ଏହି ଗ୍ରାମର ଦେବେନ୍ଦ୍ର ଦାସଙ୍କ ପୁଅ ବଜରଙ୍ଗି(୫)। ଗୁରୁବାର ମଧ୍ୟାହ୍ନରେ ସେ ଘରେ ଘରେ ଭାତ ଖାଇବା ପରେ ଖେଳାଖେଳି କରୁଥିଲେ। ମାତ୍ର କିଛି ସମୟ ପରେ ସେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ନିକଟସ୍ଥ ଗାଡିଆ ଭିତରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏଭଳି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାରମ୍ବାର ଖବର ପ୍ରସାରଣ ପରେ ବି ସୁଧୁରିଲା ନାହିଁ ଆଳଦା-ତୋରାଣିପଦ ରାସ୍ତାର ଅବସ୍ଥା, କୁଆଡ଼େ ନେତା ଓ ପ୍ରଶାସନ ?

Sunil Chandra Nayak

ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ବୋଲି ଆଶାରେ ଆଖିରୁ ପାଣି ଶୁଖି ଗଲାଣି

୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା ସ୍ୱ-ଗଣନାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!