ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

ଟିକିରି ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିରେ ଏକ ସପ୍ତାହବ୍ୟାପୀ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ( ଏମ୍‌ଇଏମ୍‌ସି) ସପ୍ତାହ ୨୦୨୩ ନଭେମ୍ବର ୩୦ରୁ ୨୦୨୩ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହାର ରୌପ୍ୟ ଜୟନ୍ତୀ ପାଳନ କରିବା ନିମନ୍ତେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ, ଭୁବନେଶ୍ଵର ନେତୃତ୍ବରେ ଆୟୋଜିତ ହୋଇଯାଇଛି।

ଖଣିଜ ସମ୍ପଦ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ତଥା କର୍ମଚାରୀ, ଛାତ୍ର ଛାତ୍ରୀ, ସହଭାଗୀ ଏବଂ ଜନସମୁଦାୟ ମଧ୍ୟରେ ଖଣି କାର୍ଯ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

୨୦୨୩ ଡିସେମ୍ବର ୧ ତାରିଖରେ ଶ୍ରୀ ଦିଲୀପ କୁମାର ପରିଡା (ଆବାହକ), ରୁଙ୍ଗ୍ଟା ସନ୍ସ (ପ୍ରାଇଭେଟ) ଲିମିଟେଡ, ଶ୍ରୀ ଅତନୁ ବନ୍ଦୋପାଧ୍ୟାୟ, ନର୍ଭେରମ୍ ପାର, ଶ୍ରୀ ପୁଲକ ରଞ୍ଜନ ନାୟକ, ଓଏମ୍‌ସି ଲିମିଟେଡଙ୍କୁ ନେଇ ଗଠିତ ଏକ ପ୍ରତିନିଧ୍ଵ ଦଳ ବାଫିଲମାଳି ବକ୍ସାଇଟ ଖଣି ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ନୂଆପଡା କ୍ଲବ ହାଉସ୍ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରତିନିଧ‌ିଗଣ, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସହଭାଗୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। କର୍ମଚାରୀଙ୍କ ନିମନ୍ତେ ପ୍ରବନ୍ଧ ଲିଖନ, ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ଆଦି ପ୍ରତିଯୋଗିତା ସହିତ ସ୍କିଟ୍ ଏବଂ ନୃତ୍ୟ ପ୍ରଦର୍ଶନ ପ୍ରଭୃତି କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ତତ୍ ପରେ ଅଂଶଗ୍ରହଣକାରୀ ଓ ବିଜେତାମାନଙ୍କୁ ଉତ୍ସାହିତ କରିବାକୁ ସମ୍ବର୍ଶନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଶ୍ରୀ ମୁକେଶ କୁମାର ଝା, ହେଡ୍ ବାଫିଲମାଳି ବକ୍ସାଇଟ ଖଣି, ଶ୍ରୀ କୌଶସକିସରଣ ମିଶ୍ର, ହେଡ୍ ରିଫାଇନେରୀ ଅପରେସନ୍ତି, ଶ୍ରୀ ବିଜୟ କୁମାର ନିଟ୍ ଏଚଆର୍ ହେଡ୍‌ ଏବଂ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା ମଣ୍ଡଳୀ ସହିତ ତଦାରଖକାରୀ ଦଳ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରୟାସ ନିରନ୍ତର ଜାରି ରଖୁବାକୁ ପ୍ରତିବଦ୍ଧ ହୋଇଥିଲେ।

ତଦାରଖକାରୀ ଦଳ ଖଣି କାର୍ଯ୍ୟ, ଗୋଷ୍ଠୀର ପ୍ରତିଦାନ ମୂଳକ ପ୍ରୟାସ ଏବଂ ଦୀର୍ଘସ୍ଥାୟିତ୍ଵ ନିମନ୍ତେ କାର୍ଯ୍ୟାନ୍ବୟନ ଯୋଜନା ଆଦିକୁ ପ୍ରଶଂସା କରିଥିଲେ। ଏଥିସହିତ ସେମାନେ ସଚେତନତା ଅଭିଯାନକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ସକାଶେ ଖଣି ଯିମ୍ ଦ୍ବାରା ଯେଉଁଭଳି ଭାବରେ ଆଗ୍ରହ ଓ ଉତ୍ସାହ ପ୍ରଦର୍ଶନ କରାଯାଉଛି ଏବଂ ସେମାନେ ଯେଉଁଭଳି ପ୍ରଶଂସନୀୟ ପ୍ରୟାସ କରୁଛନ୍ତି ତାହାକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ  ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା

masiha

ପୁଣି ଆଉ ଜଣେ ଯୁବକଙ୍କର ଦାଦନରେ ମୃତ୍ୟୁ ,ଜନ ଶୁନ୍ୟ ହେଲା ପରିବାର 

Sunil Chandra Nayak

ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!