ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥଇଥାନ ହେଲେ ଦୁଇ ଅନାଥ ଶିଶୁ  

ଥଇଥାନ ହେଲେ ଦୁଇ ଅନାଥ ଶିଶୁ  

ଗୋଲାମୁଣ୍ଡା/କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁ ରେ ରହୁଥିଲେ ଦୁଇ ଅନାଥ ଅସହାୟ ଶିଶୁ l ପିତା ଉଦ୍ଧବ କାଣ୍ଡ ଓ ମାତା ମୁକ୍ତା କାଣ୍ଡ ଦୁଇଙ୍କ ଦେହାନ୍ତ ପରେ ଦୁଇ ଶିଶୁ ଅସହାୟ ଜୀବନ ଯାପନ କରୁଥିଲେ l ପରିବାର କହିଲେ ଉଦ୍ଧବ ଓ ମୁକ୍ତା ଓ ସେମାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ l ବାର ବର୍ଷ ତଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୁକ୍ତାଙ୍କ ଦେହାନ୍ତ ହୋଇଥିବା ବେଳେ ଗତମାସ ଉଦ୍ଧବ ଙ୍କ ତେଲେଙ୍ଗାନା ରେ ଦେହାନ୍ତ ହୋଇଥିଲା l ନିଜର ବୋଲି ଜମିବାଡ଼ି ଖଣ୍ଡିଏ ମଧ୍ୟ ନଥିବାରୁ ଉଦ୍ଧବ ପ୍ରତିବର୍ଷ ତେଲେଙ୍ଗାନା ଯାଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ଏପଟେ ପୁଅ ଓ ଝିଅ ଗାଁ ରେ ରହୁଥିଲେ l ପିତା ଙ୍କ ଦେହାନ୍ତ ପରେ ଦୁଇ ପୁଅ ଝିଅ ଦେଖୁ ଦେଖୁ ଅନାଥ ହୋଇଗଲେ l ସେମାନେ ବହୁତ ଅସୁବିଧା ରେ ରହୁଥିବା ବିଷୟରେ ଜାଣିଲା ପରେ ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ରଙ୍କୁ ଅବଗତ କରିଥିଲେ l ଶିଶୁ ସୁରକ୍ଷା ଅଧୁକାରୀଙ୍କ ନିର୍ଦେଶ କ୍ରମେ ଗତକାଲି ସୁଧାଂଶୁ ମହାପାତ୍ର, ଗୁରୁପ୍ରସାଦ ନାଏକଙ୍କ ସହ ସମାଜସେବୀ ଯଶୋବନ୍ତ ରଣା ମାଂଝରି ଗାଁ କୁ ଯାଇ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ସମସ୍ତଙ୍କ ନିଷ୍ପତି କ୍ରମେ ପୁଅ ସିଦ୍ଧାନ୍ତଙ୍କୁ ଭବାନୀପାଟଣା ସ୍ଥିତ ଏକ ଆଶ୍ରମରେ ରଖି ପଢ଼ିବାର ବ୍ୟବସ୍ଥା କରାଗଲା l ଝିଅ ଟୁନି ଗାଁ ରେ ରହିବ l ସିଦ୍ଧାନ୍ତ ର ସମସ୍ତ ପଢ଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ l ସ୍ୱେଚ୍ଛାସେବୀଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି l

ସୁଶାନ୍ତ କୁମାର ରଣା ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

Sunil Chandra Nayak

ବ୍ରହ୍ମପୁର ଜିଲ୍ଲା ପୋଲିସ ସମସ୍ତ ଥାନାରେ ରୋଲ କଲ୍ ଏବଂ ବ୍ରିଫିଂ ପରେଡ୍ ପରିଚାଳନା 

ତିରିଂରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ବାରା ଭାଷୀ ମାଧ୍ଯମରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଉଦଘାଟନ ସମାରୋହ 

masiha

Leave a Comment

error: Content is protected !!