ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ତେରେସିଂହାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତେରେସିଂହା ଠାରେ ଆଜି ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇ ଯାଇଛି | କଲେଜ ଅଧ୍ୟକ୍ଷ ଜୟନ୍ତ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ହସ୍ପିଟାଲ ଡାକ୍ତର ସୁଧାଂଶୁ ବେଡ଼ବାକ, ସମ୍ମାନିତ ଅତିଥି ଭାବେ ରଞ୍ଜନ ସାହୁ, କଲେଜ ପରିଚାଳନା କମିଟି ସଭାପତି ମୁରଲୀଧର ରଣା ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପକ ତଥା YRC ସଂଯୋଜକ ମୁକେଶ ବହିଦାର ପରିଚାଳନା କରିଥିବା ବେଳେ ରାଜନୀତି ଅଧ୍ୟାପକ ଶାନ୍ତନୁ ମହାଖୁଡ଼, ଇତିହାସ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ, ବରିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହିର, ତପୋବନ୍ତ ଗହିର, ରାଧାମୋହନ ଗହିର ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ କଲେଜ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିଭ୍ରମଣରେ ବାହାରି ସଚେତନତା ବାର୍ତ୍ତା ଦେଇଥିଲେ ଏବଂ କଲେଜରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆମ୍ବେଦକର ଜୟନ୍ତୀ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ରାୟଗଡ଼ା ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ‘ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା’ ମନୋନୀତ

masiha

Leave a Comment

error: Content is protected !!