ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି- ଦିବସୀୟ ପ୍ରାଥମିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ
ଢେଙ୍କାନାଳ: ତା.୦୧.୧୨.୨୦୨୫ ( ମ ନି ସ ) : ଢେଙ୍କାନାଳ ସଦର ବ୍ଲକ୍ ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଢେଙ୍କାନାଳସ୍ଥିତ ଓଡିଆରଏଫ୍-୧,ବାଟାଲିୟନ୍ ପକ୍ଷରୁ ଦ୍ଵି -ଦିବସୀୟ ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଟିମ୍ କମାଣ୍ଡର ଅଭିନବ ସୋନ୍ କରଙ୍କ ମାର୍ଗଦର୍ଶନରେ, ରିଜର୍ଭ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ନେତୃତ୍ଵରେ,ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଗତିକା ରଥଙ୍କ ମାର୍ଗଦର୍ଶନ ଓ ଉପସ୍ଥିତିରେ,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ,ପ୍ରାକ୍ତନ ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ଡା.ଦେବୀ ପ୍ରସାଦ ମିଶ୍ର,ଅନ୍ୟତମ ଯୁଗ୍ମ ସଂଯୋଜକ ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀଙ୍କ ଉପସ୍ଥିତିରେ ସୁଶାନ୍ତ କୁମାର ସ୍ୱାଇଁ,ଦୀନବନ୍ଧୁ ନାୟକ,ପ୍ରଶାନ୍ତ ନାୟକ, ଶିବାଜୀ କୁମାର ସାମଲ,ତ୍ରିଲୋଚନ ନାୟକ,ଅବିନାଶ ସାହୁ, ପ୍ରତାପ ବେହେରା ଓ ତାଙ୍କ ଦଳର ସମସ୍ତ ସଦସ୍ୟମାନଙ୍କ
ପରିଚାଳନାରେ ଓଡିଆରଏଫ୍ ଯବାନ୍ମାନେ ସମର ଶିକ୍ଷାର୍ଥୀ ବାହିନୀ ସ୍ଥଳ,ଜଳ,ଆକାଶ,ସ୍ଥଳ- ବାଳିକା କ୍ୟାଡେଟ୍ ସ୍କାଉଟ୍,ଗାଇଡ୍ ଛାତ୍ରୀ, ଛାତ୍ର ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଭିଡ଼ିଓ ପ୍ରଦର୍ଶନ କରି,ସତର୍କତା ମୂଳକ ପଦକ୍ଷେପ ଦ୍ବାରା ମନୁଷ୍ୟକୃତ ବିପର୍ଯ୍ୟୟର ପରିମାଣ ହ୍ରାସ, ଆପତକାଳୀନ ସମୟରେ ଆଶୁ ଚିକିତ୍ସା,ସିପିଆର୍,ବିଭିନ୍ନ ପ୍ରକାର ଵ୍ୟାଣ୍ଡେଜ୍, ଶ୍ୱାସରୁଦ୍ଧର ପ୍ରତିକାର,ଅଗ୍ନି ନିରାପତ୍ତା ଓ ଶରୀର ଜଳାପୋଡ଼ାର ପ୍ରତିକାର,ଅଚେତ ବ୍ୟକ୍ତିଙ୍କର ଚେତା ଫେରାଇ ଆଣିବା,ସାପ କାମୁଡା ବ୍ୟକ୍ତିଙ୍କର ଆଶୁ ଚିକିତ୍ସା,ବିଷ ବା ଏସିଡ୍ ଖାଇଥିବା ବ୍ୟକ୍ତିଙ୍କର ଆଶୁ ଚିକିତ୍ସା,ଆହତ ବ୍ୟକ୍ତିଙ୍କର ସ୍ଥାନାନ୍ତରଣ କୌଶଳ,ବାତ୍ୟା,ବନ୍ୟା,ବିଜୁଳି ମାରିବା ଓ ଅଗ୍ନିକାଣ୍ଡ ସମୟରେ କିପରି ବିପର୍ଯ୍ୟୟର ସାମ୍ନା କରାଯିବ ସେ ସମ୍ପର୍କରେ ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ।ମକ୍ଡ୍ରିଲ୍ କରି ଛାତ୍ରୀ,ଛାତ୍ରମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ।ବିପର୍ଯ୍ୟୟ ସମୟରେ ସାହାସ ଓ ସତର୍କତାର ସହ ଏହାକୁ ପରିଚାଳନା କରିପାରିଲେ ଧନଜୀବନ କ୍ଷୟକ୍ଷତିରୁ ମୁକ୍ତି ମିଳିପାରିବ ବୋଲି ଛାତ୍ରୀ,ଛାତ୍ରମାନଙ୍କୁ ସଚେତନ କରାଯାଇଥିଲା।ସରକାରଙ୍କ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ପାଇଁ ଉଦ୍ଦିଷ୍ଟ ଏନ୍ ଡି ଆର୍ ଏଫ୍,ଓ ଡି ଆର୍ ଏ ଏଫ୍,ଅଗ୍ନିଶମ ବିଭାଗ,ସିଭିଲ୍ ଡିଫେନ୍ସ,ଆପଦା ମିତ୍ର,ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ, ଏନ୍ ସି ସି,ସ୍କାଉଟ୍ ,ରୋଭର୍, ରେଞ୍ଜର୍ ,ଜଙ୍ଗଲ ବିଭାଗ, ରେଡକ୍ରସ୍ ଓ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ବିଭିନ୍ନ ବିପର୍ଯ୍ୟୟର ସଠିକ୍ ମୁକାବିଲା କରାଯାଇ ପାରିବ।ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଗତିକା ରଥଙ୍କ ମାର୍ଗଦର୍ଶନ ଓ ଉପସ୍ଥିତିରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ,ପ୍ରାକ୍ତନ ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମାରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ୍, ବିରଞ୍ଚି ନାଏକ,ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ସେକେଣ୍ଡ ଅଫିସର୍ କିଶୋର ଚନ୍ଦ୍ର ସାମଲ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜକ ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀ,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ କେୟାର ଟେକର ଅଫିସର୍ ନଳିନୀ ବେହେରା,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ରାକେଶ କୁମାର ସାହୁ,ଶୁଭ ସୁନ୍ଦର ବେହେରା,ଅପରାଜିତା ସାମଲ,ସୁଚିସ୍ମିତା ମହାନ୍ତି,ସ୍ଵପ୍ନାମୟୀ ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ଏଲିମେଣ୍ଟାରୀ ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ,ଅନିତା ସାହୁ,ସୁଜିତ କୁମାର ବାରା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଅଜିତ କୁମାର ବାରିକ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଯୋଗଦାନ ଓ ମିଳିତ ମାର୍ଗଦର୍ଶନରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରୀ,ଛାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ବରିଷ୍ଠ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଗତିକା ରଥଙ୍କ ମାର୍ଗଦର୍ଶନରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ,ପ୍ରାକ୍ତନ ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସମସ୍ତେ ଏହି କାର୍ଯ୍ୟକ୍ରମରେ ପ୍ରମୂଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓ ପରିଶେଷରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ମଙ୍ଗଳାଚରଣ ଗାନ ଓ ସୁମଧୁର ଶାନ୍ତିପାଠ କରିଥିଲେ। ପ୍ରାକ୍ତନ ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ଏହି ଅବସରରେ ସ୍ଵାଗତଭାଷଣ,ଅତିଥି ପରିଚୟ ପ୍ରଦାନ,ଉତ୍ସବର ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ା.ଦେବୀ ପ୍ରସାଦ ମିଶ୍ର,
ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍,ପରାମର୍ଶଦାତା,ମାର୍ଗଦର୍ଶକ, ବିଚାରକ,ପର୍ଯ୍ୟବେକ୍ଷକ,ବରିଷ୍ଠ ନାଗରିକ,ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା

