ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାନ୍ତଙ୍କ ହୃଦଘାତରେ ମୃତ୍ୟୁ

ପ୍ରଶାନ୍ତଙ୍କ ହୃଦଘାତରେ ମୃତ୍ୟୁ

କେନ୍ଦ୍ରାପଡା ୨|୧୨ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ : କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଅର୍ଗଳ ଗ୍ରାମର ନଟବର ମଲ୍ଲିକ ଙ୍କ ପୁତ୍ର ପ୍ରଶାନ୍ତ କୁମାର ମଲ୍ଲିକ (୫୩) ଙ୍କର ପରଲୋକ ହୋଇଯାଇଛି | ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟ ରେ ଭତ୍ତି କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସୋମବାର ସକାଳ ୬.୫୫ ମିନିଟ୍ ରେ ତାଙ୍କର ପରଲୋକ ହୋଇଥିଲା | ସେ ଜଣେ ମିଷ୍ଟାଭାଷୀ , ପରୋପକାରୀ ମଣିଷ ଥିଲେ | ଭୁବନେଶ୍ୱର ରୁ ମରଶରୀର ଅର୍ଗଳ ଗ୍ରାମରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |ତାଙ୍କ୍ ଘରେ ବହୁବ୍ୟକ୍ତି ପହଁଚି ଶେଷଦର୍ଶନ କରିଥିଲେ |ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ | ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ମହିଳା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ହୋଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି | ମୃତଦେହକୁ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା | ଏକମାତ୍ର ପୁତ୍ର ସୂର୍ଯ୍ୟ ପ୍ରତାପ ମଲ୍ଲିକ ମୁଖାଗ୍ନି ଦେଇଥିଲେ |

Related posts

ପୁଜି ପଦର ଗ୍ରାମରେ ସାତ ପରିବାର ଜଳ ବନ୍ଧିରେ, ସ୍ଥାୟୀ ସମାଧାନ ପାଇଁ ଦାବି

Sunil Chandra Nayak

ଯୁବ ବିଜ୍ଞାନ ଶିକ୍ଷକ ବିପ୍ଳବ ବେହେରାଙ୍କ ପରଲୋକ

Sunil Chandra Nayak

ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ

masiha

Leave a Comment

error: Content is protected !!