ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି,22/08, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପରିସରରେ ମଙ୍ଗଳବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ସଭାପତିତ୍ୱରେ ସବଇନ୍ସପେକ୍ଟର ଶିବଜି ପଣ୍ଡା, ସବ ଇନ୍ସପେକ୍ଟର ଚନ୍ଦନ କୁମାର ନାୟକ, ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓ, ରାଜକିଶୋର ରାଓ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଏହି ଅଵସରରେ ଥାନା ପକ୍ଷରୁ ଗାଁ ପ୍ରତି ପୋଲିସ ବିଭାଗ ର କାର୍ଯ୍ୟ, ଗାଁ ଶାନ୍ତିଶୃଙ୍ଖଳା ରକ୍ଷା କରିବା, ସମାଜ କୁ ସୁରକ୍ଷା ଦେବା ଓ ଅପରାଧ ରଖିବା, ଟ୍ରାଫିକ ସମସ୍ୟା ଦୁରି କରଣ, ସାଇବର କ୍ରାଇକ, ବାଲ୍ୟବିବାହ ରୋକିବା ଉପେର ମତ ପ୍ରକାଶ ରଖିଥିଲେ | ଏହି ଅଵସର ରେ ପାପଡାହାଣ୍ଡି ପୂର୍ବତନ ସରପଞ୍ଚ ଗାଁ ସମସ୍ୟା ଉପରେ ଆଲୋକପାତ କରିଥିଲେ | ପାପଡାହାଣ୍ଡି ରେ ଦିନକୁ ଦିନ ବଡୁଥିବା ଟ୍ରାଫିକ ସମସ୍ୟା, ରାତ୍ରି ସମୟରେ ଜାତୀୟ ରାଜପଥ ରାସ୍ତା ଉପେର ଗୋରୁ ପୋଲ ଜମା ହୋଇ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଘଟୁଥିବା, ରାସ୍ତା କଡ଼ରେ ଅଟୋ ରଖାଯାଉଥିବା ଯୋଗୁଁ ସମସ୍ୟା ହେଉଥିବା ଦେଖାଦେଉଛି ତେଣୁ ଅଟୋ ଷ୍ଟାଣ୍ଡ ର ବ୍ୟବସ୍ଥା କରିବା, ରାସ୍ତା କଡ଼ରେ ମାଂସ ଓ ମାଛ ଦୋକାନ କୁ ଅନ୍ୟତ୍ର ବ୍ୟବସ୍ଥା କରିବା ପାଇଁ ମତ ରଖିଥିଲେ | ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ କିଛି ଅସାମାଜିକ ଯୁବକ ରାସ୍ତା କଡ଼ ରେ ରହି ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ | ଥାନା ପକ୍ଷରୁ ଛାତ୍ରଛାତ୍ରୀ କୁ ବାଲ୍ୟ ବିବାହ ରୋକିବା, ମୋବାଇଲ ର ଅପକାରିତା ବିଷୟରେ ବୁଝାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଏଏସଆଇ ହରିହର ଭତରା, ଏଏସଆଇ ଲାବଣ୍ୟ ବେମଲ,ବଂଶୀଧର ଚାଲ୍ଳାନ, ସମାଜସେବୀ ବବଲୁ ଖାନ, ଭି. ଶ୍ରୀନିବାସ ରାଓ,ଆଦର୍ଶ ବିଦ୍ୟାଳୟ ଶିକ୍ଷୟତ୍ରୀ ଅର୍ଚନା ପଣ୍ଡା ଶିକ୍ଷକ ଗୁରୁଦାସ ମେହେର ଓ ଛାତ୍ରଛାତ୍ରୀ ଓ ଗ୍ରାମବାସୀ, ଥାନା କର୍ମଚାରୀ ଉପସ୍ଥିତି ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶିକ୍ଷା ହେଉଛି ଦେଶର ଭବିଷ୍ୟତ ….ଶିଶୁ ହେଉଛନ୍ତି କଞ୍ଚା ମାଟି ,ତାକୁ ଆମେ ଯେମିତି ଗଢ଼ିବା ସେମାନେ ସେମିତି ଗଢ଼ି ଉଠିବେ

masiha

ରାଇରଙ୍ଗପୁରରେ ବାଲେଶ୍ଵରର ‘ଭଜନ ଶ୍ରୀ କ୍ଷେତ୍ର’ ରେ ଅଧ୍ୟକ୍ଷଙ୍କୁ ରାଇରଙ୍ଗପୁର ପାଲା,କଳା ଓ ସଂଗୀତ ପରିଷଦ ତରଫରୁ ସମ୍ବର୍ଦ୍ଧନା

masiha

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

Leave a Comment

error: Content is protected !!