ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୱାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା

ଜୱାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା

କୋରାପୁଟ :- ସ ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ଲକ୍ଷ୍ମୀପୁର ବ୍ଲକ ପାଇଁ ଜୱାହାର୍ ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଶିକ୍ଷା ବର୍ଷ ୨୦୨୫ ରେ ଷଷ୍ଠ ଶ୍ରେଣୀ ରେ ପ୍ରଵେଶ ନିମନ୍ତେ ଉଦ୍ଦିଷ୍ଟ ଉକ୍ତ ପରୀକ୍ଷାରେ ଲକ୍ଷ୍ମୀପୁର ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀ ପଞ୍ଜୀକୃତ ୨୯୬ ଜଣ ମେଧାବୀ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୫୮ ଜଣ ପରୀକ୍ଷା ଦେଇଥିବା ବେଳେ କୌଣସି କାରଣରୁ ୩୮ ଜଣ ପରୀକ୍ଷା ଦେଇ ନ ଥିଲେ।ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ସକାଳ ୧୧.୩୦ ରୁ ମଧ୍ୟାହ୍ନ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା।ଉକ୍ତ ପରୀକ୍ଷାରେ ଅଧିକ୍ଷକ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ଉପ ଅଧିକ୍ଷକ ଭାବେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, କେନ୍ଦ୍ର ସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ଯାୱାହାର୍ ନବୋଦୟ ବିଦ୍ୟାଳୟ,କୋରାପୁଟ ରୁ ମହମ୍ମଦ ତାରିକ ପରୀକ୍ଷା ପରିଚାଳନା କରିଥିବା ବେଳେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ଟାକ୍ରୀ କେନ୍ଦ୍ରରେ ଉପସ୍ଥିତ ଥିଲେ।ନିରୀକ୍ଷକ ଭାବେ ଶିକ୍ଷକ ସପନ କୁମାର ଦୀକ୍ଷିତ, ସୁଜିତ କୁମାର ସାମଲ, ଶଙ୍କର ଗୁଡୁମ୍ବାକା,ସୁକାନ୍ତ କୁମାର ଯାଦବ, ଜେଶ୍ନା ପଣ୍ଡା, ସୁନୀତା ସାହୁକାର, କସ୍ତୁରୀ ଶବର,ମାଧୁରୀ ଲେଙ୍କା, ପ୍ରିୟଙ୍କା ବିଶୋଇ, ରୋଜାଲିନ ସ୍ଵାଇଁ, ମମତା ମହାନ୍ତି, ନବଘନ ରାଉତ ଓ ପ୍ରେମଜିତ୍ ଗରଡ଼ା କାର୍ଯ୍ୟ ନିର୍ବାହ କରିଥିଲେ। କନିଷ୍ଠ ସହାୟକ ଭାବେ ବିଜୟ ସୁରଜ୍ ନାୟକ, ଡଲି ରାଣୀ ଖରା ନିୟୋଜିତ ହୋଇ ଥିବା ବେଳେ ସଂଯୁକ୍ତା ତୁରୁକ, ନୂତନ ଚେଟୀ ଓ ବୈଜୟନ୍ତୀ ମିନୀୟକା ପରୀକ୍ଷା ପରିଚାଳନା ରେ ସହଯୋଗ କରିଥିଲେ। ଲକ୍ଷ୍ମୀପୁର ପୋଲିସ ଉପସ୍ଥିତି ରେ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ କୃତୀ ପରୀକ୍ଷାର୍ଥୀ ମାନେ ୨୦୨୫ ଶିକ୍ଷା ବର୍ଷ ରେ ଲାଣ୍ଡିଗୁଡ଼ା,କୋରାପୁଟ ସ୍ଥିତ ଜୱାହାର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇ ପଢ଼ି ପାରିବେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ବଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି.

Sunil Chandra Nayak

ଡେଣ୍ଡ୍ରୋବାହାଲିରେ ପାନୀୟଜଳ ସଙ୍କଟ, ପାଣି ଟେଙ୍କର୍ ମାଧ୍ୟମରେ ହେଉଛି ଜଳ ଯୋଗାଣ 

ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!