ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତା          ‘ଦି ଏପ୍ଳିକେଶନ ଅଫ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଇନ ଡେ ଟୁ ଡେ ଲାଇଫ୍’

ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତା
         ‘ଦି ଏପ୍ଳିକେଶନ ଅଫ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଇନ ଡେ ଟୁ ଡେ ଲାଇଫ୍’

        କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ସ୍ମୃତିରେ ‘ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତା’ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଉଦ୍ୟମରେ ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖରୁ ଏହି ସ୍ମାରକୀ ବକ୍ତୃତାର ଶୁଭାରମ୍ଭ ହୋଇଅଛି । ମହାରାଜ ପ୍ରତାପ କେଶରୀ ଦେଓ କଳାହାଣ୍ଡିର ଶିକ୍ଷା ବିକାଶ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ଫଳସ୍ୱରୂପ କଳାହାଣ୍ଡି ବିଜ୍ଞାନ ମହାବିଦ୍ୟାଳୟ ସୃଷ୍ଟି ହୋଇଥିଲା । ଏହି ମହାବିଦ୍ୟାଳୟ ପାଇଁ ସେ ୫୫ ଏକର ଭୂମିଦାନ କରିଥିଲେ । ଯାହା କଳାହାଣ୍ଡିର ଶିକ୍ଷା ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜି ବର୍ତ୍ତମାନ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି । ବାସ୍ତବରେ ମହାରାଜଙ୍କ ଏହି ବଦାନ୍ୟତା ଚିରସ୍ମରଣୀୟ । ତାଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାତ୍ମକ ବୀଜ ଅଙ୍କୁରୋଦଗମ ପାଇଁ ଏହି ସ୍ମାରକୀ ବକ୍ତୃତାର ସୃଷ୍ଟି ହୋଇଅଛି। ପ୍ରତିବର୍ଷ ଏହି ସ୍ମାରକୀ ବକ୍ତୃତା ମହାରାଜା ପ୍ରତାପକେଶରୀ ଦେଓଙ୍କ ଜନ୍ମଦିନରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ‘ଦି ଆପ୍ଲିକେସନ ଅଫ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଇନ ଡେ ଟୁ ଡେ ଲାଇଫ’ ଶୀର୍ଷକରେ ଏହି ବକ୍ତୃତା ଅନୁଷ୍ଠିତ ହୋଇଅଛି । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ସଭାପତି ଆସନ ଅଳଙ୍କୃତ କରି ଉଦଘାଟନୀ ଅଭିଭାଷଣ ଦେଇ ମହାରାଜା ପ୍ରତାପ କେଶରୀ ଦେଓଙ୍କ ସ୍ମୃତିଚାରଣ କରିଥିଲେ । ଜୀବବିଜ୍ଞାନ ବିଭାଗର ମୁଖ୍ଯ ତଥା ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତାର ସଂଯୋଜକ ଡକ୍ଟର ସୁବ୍ରତ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତାପ କେଶରୀ ଦେଓଙ୍କ ନାତି ମହାରାଜା ଅନନ୍ତ ପ୍ରତାପ ଦେଓ ମୁଖ୍ଯ ଅତିଥି ରୂପେ ଯୋଗଦାନ କରି କଳାହାଣ୍ଡି ପ୍ରତି ନିଜ ଅଜାଙ୍କ ଅବଦାନ ସଂପର୍କରେ ବଖାଣିଥିଲେ । ଖଡିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସିଣ୍ଡିକେଟ ସଦସ୍ଯ ଡକ୍ଟର ଫଣିନ୍ଦମ ଦେଓ ମହାରାଜା ପ୍ରତାପ କେଶରୀ ଦେଓଙ୍କ ରାଜନୈତିକ ଜୀବନ ଓ ବ୍ୟକ୍ତିତ୍ବର ମୂଲ୍ୟାୟନ କରିଥିଲେ । କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ କୃଷ୍ଣାବତାର ଦେଓ ମହାରାଜଙ୍କ ଶିକ୍ଷା ପ୍ରତି ଥିବା ଦୃଷ୍ଟିକୋଣ ସଂପର୍କରେ କହିଥିଲେ । କିଟ୍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶୁଭଶ୍ରୀ ଦର୍ଶନ ମୁଖ୍ଯ ବକ୍ତାରୂପେ ଯୋଗଦାନ କରି କୃତ୍ରିମ ବୁଦ୍ଧିମତାର ଉପଯୋଗ, କୃତ୍ରିମ ବୁଦ୍ଧିମତାର ଉପକାରିତା ଓ ଅପକାରିତା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ , କୃଷି ଓ ବାଣିଜ୍ଯ ପ୍ରତ୍ୟେକ କ୍ଷେତ୍ର ପାଇଁ କୃତ୍ରିମ ବୁଦ୍ଧିମତା ବରଦାନ ସଦୃଶ ବୋଲି ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ରାଜନୀତିବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର କୈଳାସ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ଧନ୍ୟବାଦ ଅର୍ପଣ କରିଥଲେ । ଉକ୍ତ ବକ୍ତୃତାମାଳାରେ ସିଣ୍ଡିକେଟ ସଦସ୍ୟ ଡକ୍ଟର ଭବାନୀଶଙ୍କର ନେଗୀ, ପ୍ରଫେସର ରଜନୀକାନ୍ତ ବେହେରା, କଳ୍ପନା ମିଶ୍ର, ଶ୍ରୀ ସୁମନ ରଥ , ଜୀବବିଜ୍ଞାନ ବିଭାଗର ଅତିଥି ଅଧ୍ୟାପକ ଶ୍ରୀ ରାଜକୁମାର ବେହେରା, ଅଧ୍ୟାପିକା ଭକ୍ତିସୁଧା ଦଣ୍ଡସେନା, ଅର୍ପିତା ନାୟକ, ବର୍ଷା ବୈଶାଖୀ ସାହୁ, ରଞ୍ଜିତା ତାଣ୍ଡି, ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର ଘନଶ୍ୟାମ ବେହେରା, ରସାୟନ ବିଜ୍ଞାନ ବିଭାଗର ମୁଖ୍ଯ ଶ୍ରୀ ସୁଚିତ ମଣ୍ଡଳୀ, ବାଣିଜ୍ଯ ବିଭାଗର ମୁଖ୍ଯ ଡକ୍ଟର ହଳଧର ସାହୁ , ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ସୀମାଞ୍ଚଳ ମିଶ୍ର , ସହକାରୀ ପ୍ରଫେସର ନକୁଳ ଚରଣ ମାଝୀ, ସହକାରୀ ପ୍ରଫେସର ଡୋଳାମଣି ଧରୁଆ , କଳାହାଣ୍ଡି ଲେଖିକା ସଂସଦର ସଦସ୍ଯା, କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର ସଦସ୍ୟ ତଥା ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ଭବାନୀପାଟଣା ସହରର ବୁଦ୍ଧିଜୀବୀଗଣ ଉପସ୍ଥିତ ଥିଲେ । 

( ମ ନି ସ) 

 

Related posts

ବଜ୍ରପାତ ଘଟି ୩ ମହିଳା ଆହତ

Sunil Chandra Nayak

କୁସୁମି ବ୍ଳକରେ ଟିପିଏନଓଡିଏଲ ପକ୍ଷରୁ ଜନପ୍ରତିନିଧିଙ୍କୁ ନେଇ ସଚେତନତା କର୍ମଶାଳା

Sunil Chandra Nayak

ଦିଲ୍ଲୀ, ଯନ୍ତର ମନ୍ତରରୁ ସୋନମ ୱାଙ୍ଗଚୁକଙ୍କୁ ବଳପୂର୍ବକ ହଟାଇବା ଏବଂ ସେଠାରେ ଚାଲିଥିବା ଗଣଆନ୍ଦୋଳନକୁ ପଣ୍ଡ କରିବା ପାଇଁ ଦିଲ୍ଲୀ ପୋଲିସର ଉଦ୍ୟମକୁ ଦୃଢ଼ ନିନ୍ଦା କରି ଏଆଇଡିଏସଓ ର ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!