ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ (ନେତ୍ରୋତ୍ସବ) ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଣସର ଗୃହରୁ ଶ୍ରୀଜୀଉ ମାନଙ୍କୁ ମନ୍ଦିରକୁ ଅଣାଯିବା ପରେ ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀ ଜୀଉଙ୍କ ର ସମସ୍ତ ନୀତିକାନ୍ତି ବିଧିମତେ ସଂପନ୍ନ ହୋଇଥିଲା।ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପଟ୍ଟଯୋଷୀ କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ଟ୍ରଷ୍ଟ ର ସଭାପତି ଉପଜିଲ୍ଲାପାଳ ଧିମାନ ଚକମା, ଆଇଏଏସ, ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ଖମାରୀ,ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ଟ୍ରଷ୍ଟ ର ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର,ସୁରେନ୍ଦ୍ର ମୁନି ସମେତ ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପଟ୍ଟଯୋଷୀ,ଜନ୍ମେଜୟ ନାଏକ, ଗୁଣନିଧି ମାଝୀ, ଲକ୍ଷ୍ମୀକାନ୍ତ ଖମାରୀ, ଇଙ୍ଗିତ କୁମାର ପଣ୍ଡା, ଲଳିତ ଅଗ୍ରୱାଲ,ରଥଯାତ୍ରା ପରିଚାଳନା କମିଟି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ସଂପାଦକ ସରୋଜ କୁମାର ସାହୁ,ତଥା ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ଶ୍ରୀ ଜିଉ ଙ୍କ ପହଣ୍ଡି ବିଜେ ପରେ ରଥଯାତ୍ରା ଆରମ୍ବ ହେବ। ଧର୍ମଗଡରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଧର୍ମଗଡରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଇନ୍ଦ୍ରାବତୀ ମେଗାଲିଫ୍ଟ ରୁ ଜଳସେଚନ ଦାବି ରେ ଉପଜିଲ୍ଲାପାଳ ଓ ବିଧାୟକ ଙ୍କ ଦ୍ୱାରସ୍ତ ହେଲେ ଚାଷୀ

masiha

ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯାଦବ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

Sunil Chandra Nayak

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!