ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ଏକ୍ସପ୍ରେସ ୱେ ବାଇକ ଦୁର୍ଘଟଣା,ବାଇକ ଚାଳକ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି

ବିଜୁ ଏକ୍ସପ୍ରେସ ୱେ ବାଇକ ଦୁର୍ଘଟଣା,ବାଇକ ଚାଳକ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି

ଧର୍ମଗଡ:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ରାସ୍ତା ର କୁଳେରଗୁଡା ଘଣ୍ଟିଗୁଡା ରାସ୍ତା ର ଏକ ବୁଲାଣି ନିକଟରେ ଶନିବାର ରାତିରେ ବାଇକ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ମଧୁବନ ପାତ୍ର ଦୁର୍ଘଟଣା ସମ୍ପର୍କରେ ଆମପାଣି ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି। ମୃତକ ହେଲେ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମ ର ମୋହନ ମାଝୀ(୫୦) ବୋଳି ଜଣାପଡିଛି। ସେ କୌଣସି କାମ ରେ ବେହେରା ଯାଇ ରାତିରେ ଘର କୁ ଫେରିବା ବାଟରେ ଦୁର୍ଘଟଣା ର ଶିକାର ହୋଇଥିଲେ।ତେବେ କୌଣସି ଅଜଣା ବାଇକ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଳି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମପାଣି ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।ମୃତକ ଙ୍କ ୪ ପୁଅ ଓ ସ୍ତ୍ରୀ ରହିଛନ୍ତି, ପରିବାର ର ରୋଜଗାର କ୍ଷମ ବ୍ୟକ୍ତି ଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ 

masiha

କାମାକ୍ଷାନଗର କେଭିର ପ୍ରଥମ ବାର୍ଷିକ ଉତ୍ସବ ପାଳନ , ଉତ୍କର୍ଷତା ପାଇଁ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

Sunil Chandra Nayak

ମୋହନଗିରୀ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!