ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲ ଭୁଶୁଡ଼ିଲା , ବାହ୍ୟ ଜଗତ ରୁ ବିଚ୍ଛିନ୍ନ ସିଙ୍ଗମିଲା ଗ୍ରାମବାସୀ

ପୋଲ ଭୁଶୁଡ଼ିଲା , ବାହ୍ୟ ଜଗତ ରୁ ବିଚ୍ଛିନ୍ନ ସିଙ୍ଗମିଲା ଗ୍ରାମବାସୀ

ବାଲିଗୁଡ଼ା, ତା, ୨୩/୦୯:(ମନିସ): ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି ସିଙ୍ଗମିଲା ଗାଁକୁ ସଂଯୋଗ କରୁଥିବା ଛୋଟ ପୋଲ। ଫଳରେ ବାହ୍ୟ ଜଗତ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ବାଲିଗୁଡ଼ା ବ୍ଲକ୍ ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗମିଲା ଗ୍ରାମବାସୀ । ପୋଲ ଭାଙ୍ଗିଯିବା ପରେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ଛାତ୍ରଛାତ୍ରୀଙ୍କ ସ୍କୁଲ, ହାଇସ୍କୁଲ ଓ କଲେଜ ଯିବା ଏବଂ ରୋଗୀଙ୍କୁ ଚିକିତ୍ସାଳୟ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ପୋଲଟି କିଛି ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ତେବେ ଗତ ପ୍ରାୟ ତିନି ବର୍ଷ ଧରି ପୋଲର ଅବସ୍ଥା ଦୁର୍ବଳ ହୋଇ ପଡ଼ିଥିଲା। ଏନେଇ ଅଞ୍ଚଳବାସୀ ବ୍ଲକ୍ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସହ ପୋଲର ମରାମତି କିମ୍ବା ପୁନଃ ନିର୍ମାଣ ପାଇଁ ଦାବି କରିଥିଲେ। ହେଲେ ଅଭିଯୋଗ ସତ୍ତ୍ୱେ ସମୟୋଚିତ ପଦକ୍ଷେପ ନିଆଯାଇନଥିବାରୁ ଶେଷରେ ବର୍ଷାଜଳର ପ୍ରବଳ ସ୍ରୋତରେ ପୋଲଟି ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଲ ଭାଙ୍ଗିଯିବା ଯୋଗୁଁ ସିଙ୍ଗମିଲାରୁ ବାଟାଗୁଡ଼ା ପଞ୍ଚାୟତ ଓ ବାଲିଗୁଡ଼ା ବ୍ଲକ କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଜରୁରୀ ସମୟରେ ରୋଗୀଙ୍କୁ ମେଡିକାଲ ନେବା ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏପରି ସ୍ଥିତିରେ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ରକ୍ତଦାନ କରିବା ଜୀବନ ବଞ୍ଚାଇବା

masiha

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

Sunil Chandra Nayak

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!