ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ବୌଦ୍ଧିକ ସଂପଦର ଅନନ୍ୟ ପରିଚୟ ମହୁରି

ସମ୍ବେଦନଶୀଳ ମଣିଷ ବିଶ୍ବ ଗଢ଼େ-                                          ବିଷ୍ଣୁପଦ ସେଠୀ

• ଭୁବନେଶ୍ବରରେ ପଞ୍ଚଦଶ ମହୁରି ମହୋତ୍ସବ ଅନୁଷ୍ଠିତ

• ୨୦୨୧ ବର୍ଷ ପାଇଁ ଗାୟତ୍ରୀବାଳା ପଣ୍ଡା ଓ ୨୦୨୨ ବର୍ଷ ପାଇଁ ମହୁରି ସମ୍ମାନ ପାଇଲେ ରଞ୍ଜନ କୁମାର ଦାସ

ଭୁବନେଶ୍ବର,୨୫/୧୨( ମ ନି ସ)-ଯେତେବେଳେ ଜଣେ ଗପ, କବିତା କିମ୍ବା ପ୍ରବନ୍ଧ ଲେଖେ ନିଜକୁ ନିଜେ ଆବିଷ୍କାର କରେ ! ନିଜର ଅସୀମିତ ପରିଧି ଭିତରେ ନିଜର କଳେବରକୁ ବିସ୍ତାର କରିବାରେ ସାହିତ୍ୟ ସହାୟକ ହୁଏ ! ସମ୍ବେଦନଶୀଳତା ମଣିଷର ସବୁଠୁ ବଡ଼ ପୁଞ୍ଜି ଏବଂ ସମ୍ବେଦନଶୀଳ ମଣିଷଟିଏ ବିଶ୍ବ ଗଢ଼ିବାର ସାମର୍ଥ୍ୟ ରଖେ ବୋଲି ପଞ୍ଚଦଶ ମହୁରି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖକ, ଗବେଷକ ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହା କହିଛନ୍ତି ! କଳାହାଣ୍ଡି ମାଟିରୁ ଅଙ୍କୁରୋଦଗମ୍ ହୋଇଥିବା ମହୁରି ଆଜି ସାରା ବିଶ୍ବରେ ଓଡ଼ିଆ ସାହିତ୍ୟର ଜୟଗାନ କରିବାକୁ ସଦର୍ପେ ଦଣ୍ଡାୟମାନ ହୋଇଛି ! କଳାହାଣ୍ଡି କବିତା ଆନ୍ଦୋଳନର ସାଶ୍ବତ ସ୍ପନ୍ଦନ ମହୁରିର ଏ ଜୟଯାତ୍ରାରେ ସମଗ୍ର ଓଡ଼ିଆ ସାହିତ୍ୟ ଜଗତ ରୁଦ୍ଧିମନ୍ତ ହୋଇପାରିଛି ବୋଲି ଆଜି ଭୁବନେଶ୍ବରସ୍ଥିତ ହୋଟେଲ ସେଣ୍ଡିସ ଟାୱାର ସମ୍ମିଳନୀ କକ୍ଷରେ ଆୟୋଜିତ ପଞ୍ଚଦଶ ମହୁରି ମହୋତ୍ସବରେ ମତ ପ୍ରକାଶ ପାଇଛି ! ଆଜି ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଓ ଗବେଷକ ତଥା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କବି ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କ୍ରୁତି ବିଭାଗର ନିର୍ଦ୍ଦେଶକ ଡ. ରଞ୍ଜନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ଓ କାଦମ୍ବିନୀ ପତ୍ରିକାର ସଂପାଦିକା ଡ. ଇତି ସାମନ୍ତ ଯୋଗ ଦେଇଥିଲେ ! ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କବି ତଥା ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ ଗାଳ୍ପିକ ଓ ମହୁରିର ସଂପାଦକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବାବେଳେ କବି ଓ ଗବେଷକ ଡ. ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ ! ଏହି ଅବସରରେ ୨୦୨୧ ବର୍ଷ ପାଇଁ କବି ଡ. ଗାୟତ୍ରୀବାଳା ପଣ୍ଡା ଓ ୨୦୨୨ ବର୍ଷ ପାଇଁ କବି ତଥା ପ୍ରଶାସକ ଡ. ରଞ୍ଜନ କୁମାର ଦାସଙ୍କୁ ମର୍ଯାଦାଜନକ ମହୁରି ସମ୍ମାନ ପ୍ରଦାନ କରାଯାଇଥିଲା ! ସମ୍ମାନିତ ପ୍ରତିଭା ଦ୍ବୟଙ୍କୁ କାଷ୍ଠ ନିର୍ମିତ ବିଶ୍ବର ସର୍ବ ବ୍ରୁହତ ମହୁରି ଟ୍ରଫି ସହିତ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ! ଦ୍ବିତୀୟ ଅଧିବେଶନରେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ବଛାବଛା ଦଶଜଣ ଯୁବକବିଙ୍କୁ ନେଇ “ତରୁଣ ଅରୁଣ – କବି ଦଶଜଣ” ନାମକ ସ୍ବତନ୍ତ୍ର କାବ୍ୟୋତ୍ସବ ଅନୁଷ୍ଠିତ ହୋଇଥିଲା ! ମହୁରିର ସଂପାଦକ ସୁକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ମନୋଜ୍ଞ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଓ ଲେଖିକା ମମତା ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ ଲେଖକ ଓ ପ୍ରକାଶକ ରାଜକିଶୋର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ! ଯୁବକବି ଶିବାନନ୍ଦ ବାରିକଙ୍କ ସଂଯୋଜନାରେ ରାଧାରାଣୀ ସରକାର, ନାରାୟଣ ସାହୁ, ମନୀଷା ବିଶ୍ବାଳ, ଅଂଶୁମାନ ସାହୁ, ସତ୍ୟଶିବ ସୁନ୍ଦର ଦାସ, ଐଶ୍ଚର୍ଯ୍ୟା ରାଉତ, ବୀରେନ୍ଦ୍ର ନାୟକ, ସଂଗ୍ରାମ ମହାରଣା, ଗୌରୀ ସାହୁ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଦେବାଶିଷ ରାଉତ ପ୍ରମୁଖ କବିତା ପାଠ କରିଥିଲେ ! ଶେଷରେ ଯୁବଲେଖକ ତଥା ସାମ୍ବାଦିକ ସୁଶୀଲ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ! ଏଇ ଅବସରରେ ସମୟର ଆକାଂକ୍ଷା ମୁଖ୍ୟ ସଂପାଦକ ଡ. ସୁରେଶ ନାୟକ, ବିଶିଷ୍ଟ କବି ଓ ଅନୁବାଦକ ପ୍ରଦୀପ କୁମାର ରାୟ, ଅର୍ପିତାର ସଂପାଦକ ସୁବାସ ଷଡ଼ଙ୍ଗୀ, ବିଶିଷ୍ଟ କବି ସୁରେଶ ସାଗର, ଅମିତାଭ ଖିଲାର, ପ୍ରଶାସକ ଓ କବି ତ୍ରିଲୋଚନ ମହାନ୍ତି, ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ, ଡ. ସୁଚରିତା ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ନାୟକ, ଗାରିମା ନାଥ, ମଞ୍ଜୁଲତା ଆସ୍ଥାନା ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ କବି, ଲେଖକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ !

ମସିହା ନିଉଜ ସର୍ଭିସ୍ 

Related posts

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

Sunil Chandra Nayak

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

masiha

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

Leave a Comment

error: Content is protected !!