ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଂଘ ର ସମାବେଶ 

ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଂଘ ର ସମାବେଶ 

କଳାହାଣ୍ଡି /ଭବାନୀପାଟଣା ଭବାନୀପାଟଣା ସହର ର ବାଲାଜୀ ବିହାର ଶିଶୁ ବିଦ୍ୟାମନ୍ଦିର ପରିସର ରେ ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଙ୍ଘ ପକ୍ଷ ରୁ ସଙ୍ଘ ସଭାପତି ଶାନ୍ତନୁ କୁମାର ମୁଣ୍ଡ ଙ୍କ ଅଧ୍ୟଖ୍ୟତlରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ବିଭିର୍ନ କ୍ଷେତ୍ରର କଳାକାର ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା,ଏଥିରେ ସୁଗମ ସଂଗୀତ, ଲୋକ ସଂଗୀତ, ବାଦ୍ୟ ଯନ୍ତ୍ର, ସଂକୀର୍ତନ, ଖଞ୍ଜଣୀ କଳାକାର ଏଥିରେ ଯୋଗଦେଇଥିଲେ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ରେ କଳାକାର ମାନଙ୍କ ଅଡିସନ ସରି ବର୍ଷେ ବିତିଯାଇଥିଲେ ହେଁ କୌଣସି କଳାକାର ଙ୍କୁ ଗୋଟିଏ ମଧ୍ୟ କାର୍ଯ୍ୟକ୍ରମ ଦିଆଯାଇନାହିଁ, ଯେଉଁ କଳାକାର ମାନେ ଜୟପୁର ଆକାଶବାଣୀ କେନ୍ଦ୍ର ରେ କ୍ରମାଗତ କାର୍ଯ୍ୟକ୍ରମ କରିଆସୁଥିଲେ ଭବାନୀପାଟଣା ଆକାଶବାଣୀ କେନ୍ଦ୍ର ହେବାପରେ ସେହି କଳାକାର ମାନଙ୍କୁ ଭବାନୀପାଟଣା ଆକାଶବାଣୀ କେନ୍ଦ୍ର କୁ ସ୍ଥାନ୍ତରିତ କରିଦିଗଲା, କିନ୍ତୁ ଭବାନୀପାଟଣା କେନ୍ଦ୍ରରେ କୌଣସି କାର୍ଯ୍ୟକ୍ରମ ହେଉନଥିବାରୁ କଳାକାର ମାନେ କ୍ଷଭପ୍ରକାଶ କରିଥିଲେ, ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ରେ ବହୁ କାର୍ଯ୍ୟକ୍ରମ ନିଷ୍ପାଦକ ପଦବୀ ଖାଲି ପଡିଥିଵା ବେଳେ , ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ସତେ ଯେମିତି ପଙ୍ଗୁ ପାଲଟି ଯାଇଛି, ଯଦି କlର୍ଯ୍ୟକ୍ରମ କରାଯାଉନାହିଁ ତାହାହେଲେ ଅଡିସନ କରାଗଲା କାହିଁକି ବୋଲି କଳାକାର ମାନେ ନିଜ ନିଜ ମତ ରଖିଥିଲେ, ଛୁଆ ନକାନ୍ଦିଲା ପର୍ଯ୍ୟନ୍ତ ମା କ୍ଷୀର ଦିଏ ନାହିଁ ଏଣୁ କଳାକାର ମାନେ ଦାବୀ ଉପସ୍ଥାପନା କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦିଆ ଯାଇଥିଲା,

       ଏହି ବୈଠକ ରେ ବରିଷ୍ଠ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ସଂଗଠକ ତଥା କଳାକାର ହରେକୃଷ୍ଣ ଭୋଇ, ବରିଷ୍ଠ କଳାକାର ପ୍ରଭାସ ଚନ୍ଦ୍ରଶେଖର ମିଶ୍ର, ଗୁରୁ ଶ୍ରୀ ଭୀମସେନ ସାହୁ, ସଙ୍ଘ ସମ୍ପାଦକ ହୃଷିକେଶ ସାହୁ, ଓ ବହୁ କଳାକାର ଉପସ୍ଥିତ ଥିଲେ। 

( ମ ନି ସ ) 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ବିଜୟଶ୍ରୀ ସମ୍ମାନ’ ପାଇବେ ଚାରି ବିଶିଷ୍ଟ ଅଧ୍ୟାପକ ଡ. ବିଜୟ ପଟ୍ଟନାୟକ ସାରସ୍ବତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ‘ବିଜୟଶ୍ରୀ’ରେ ମନ୍ଥନ ହେବ ମେହେର କାବ୍ୟ

Sunil Chandra Nayak

ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ

Sunil Chandra Nayak

Leave a Comment

error: Content is protected !!