ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୀମ ଆର୍ମୀ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର 

ଭୀମ ଆର୍ମୀ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର 

କଳାହାଣ୍ଡି ଜିଲ୍ଲା ଭୀମ ଆର୍ମୀ ଭାରତ ଏକତା ମିଶନ୍ ପକ୍ଷରୁ ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆଙ୍କ ନେତୃତ୍ବରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ମୂଖ୍ୟତଃ ୫ ଗୋଟି ଦାବି ସହିତ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସରକାର ରୋକିବା, ମାର୍ଚ୍ଚ ଚାରି ତାରିଖରେ ବାଣୀବିହାର ଠାରେ ଭୀମ ଆର୍ମୀ ପ୍ରମୁଖ ଚନ୍ଦ୍ରଶେଖର ଆଜାଦ୍ ଙ୍କ ସଭାସ୍ଥଳରେ ଗଣ୍ଡଗୋଳ କରିଥିବା ଏବିଭିପି ର ଗୁଣ୍ଡାଙ୍କୁ ଗିରଫ କରିବା, ସଭାକୁ ଆଣିଥିବା କର୍ମକର୍ତ୍ତାଙ୍କ ଗାଡ଼ିକୁ ଭଙ୍ଗାରୁଜାର କ୍ଷତିପୂରଣ ଦେବା, ବିଚାର ବିଭାଗୀୟ ନିରପେକ୍ଷ ତଦନ୍ତ, କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଓ ସାଂସଦ ଚନ୍ଦ୍ରଶେଖର ଆଜାଦ୍ ଙ୍କୁ ଜେଡ୍+ ସୁରକ୍ଷା ଯୋଗାଇଦେବା ଦାବି ପ୍ରମୁଖ ରହିଛି। ସେହିପରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ ସି ଆର୍ ବି) ଅନୁଯାୟୀ ଦିନକୁ ଦିନ ମହିଳା ଓ ଦଳିତ ଆଦିବାସୀ ଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ସତ୍ତ୍ଵେ ସରକାର ରୋକିବାରେ ବିଫଳ ହେବା ଚିନ୍ତାର ବିଷୟ ବୋଲି ଭୀମ ଆର୍ମୀ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଭୀମ ଆର୍ମୀ ରାଜ୍ୟ ସାଧାରଣ ସମ୍ପାଦକ ଜଗଜ୍ଜୀବନ କୁମାର, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର, ଟାଉନ ସଭାପତି ବିପୀନ ଭାରତୀ, ସିଦ୍ଧେଶ୍ଵର ମେହେର,କମଳ ମେହେର,ଯୁଗେଶ୍ଵର ମେହେର ଓ ନନ୍ଦ ମେହେର ପ୍ରମୂଖ ଉପସ୍ଥିତ ଥିଲେ । 

Related posts

ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସ ର ପ୍ରାର୍ଥୀ ସାକା ସୁଜିତ ଙ୍କ ନାମାଙ୍କନ ପତ୍ର ଦାଖଲ 

masiha

ରାଇରଙ୍ଗପୁରରେ ବିଜେଡି ପକ୍ଷରୁ ୨୬ ତମ ତିରୋଧାନ ଦିବସ ପାଳିତ

Sunil Chandra Nayak

ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ପ୍ରସୂତି ବୈଠକ

masiha

Leave a Comment

error: Content is protected !!