ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁ ବ୍ଲକରେ ସାଂସଦ ଓ ଜିଲ୍ଲା କଂଗ୍ରେସର ନୂତନ ସଭାପତିଙ୍କ ଗସ୍ତ

ବନ୍ଧୁଗାଁ .୦୬।୦୭।୨୩, // ବନ୍ଧୁଗାଁ ବ୍ଲକରେ ଆଜି  କୋରାପୁଟ ଜିଲ୍ଲାର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା ଓ ନୂତନ ଜିଲ୍ଲା ସଭାପତି ଶ୍ରୀ ବୁଲୁ ସାହୁ, ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଲୋକଙ୍କ ମନ ଜିତିବାକୁ ନେତାଙ୍କ ଗାଁ ଗଣ୍ଡା ଗସ୍ତ ଆରମ୍ଭ ହୋଇଛି । କୋରାପୁଟ ସାଂସଦ ଆଜି ୨୦୨୪ ନିର୍ବାଚନକୁ ନେଇ ବନ୍ଧୁଗାଁ ବ୍ଲକରେ ପାଦ ଥାପିଛନ୍ତି । ଆଗରୁ ସିଏ ତିନି ଚାରିଥର ବନ୍ଧୁଗାଁ ଗସ୍ତ କରିଥିଲେ ହେଲେ ଲୋକଙ୍କ ସମସ୍ୟା ପ୍ରତି ସିଏ ଗୁରୁତ୍ଵ ଦେଇ ଥିଲେ । ଆଜି କିନ୍ତୁ ବନ୍ଧୁଗାଁ ବ୍ଲକ ବାସିନ୍ଦାଙ୍କ ମନ ଜିତିବା ପାଇଁ ଆଗେଇ ଆସିଥିବା ସାଧାରଣରେ ଚର୍ଚାର ବିସୟ ପାଲଟିଥିଲା । ବନ୍ଧୁଗାଁ ଗସ୍ତକରି ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ନୀଳାଵାଡ଼ି ଅଗ୍ନି ଗାଂଗାମ ମନ୍ଦିରକୁ ଯାଇଥିଲେ । ସେଠାରେ ଥିବା ମା ଅଗ୍ନିଗାଙ୍ଗାମା ଠାକୁରାଣୀଙ୍କୁ ଦର୍ଶନ ପରେ ପୁଜା ମଣ୍ଡପ ଠାରେ ଆୟୋଜନ କରାଯାଇଥିବା କର୍ମୀ ଆଲୋଚନା ଓ ପରିଚୟ ବୈଠକ ମଞ୍ଚକୁ ଯାଇ ନିଜ ନିଜ ଆସନ ଗ୍ରହଣ କରିଥିଲେ।  କର୍ମିମାନଙ୍କୁ ନେଇ ନିର୍ବାଚନି ମନ୍ତ୍ର ଫୁଙ୍କିଥିଲେ । ଆଗାମି ୨୦୨୪ ନିର୍ବାଚନ କିପରି ପୁଣି ଥରେ ସାଂସଦ ଓ ବିଧାୟକ ପଦବି କଂଗ୍ରେସ୍ ଦଳ ଅକ୍ତିଆର କରିବ ସେଥି ନେଇ ଗୁରୁ ମନ୍ତ୍ର ଦେଇଥିଲେ । ଏହା ସହ ବର୍ତ୍ତମାନ ଆମ କଂଗ୍ରେସ ଦଳ ମଧ୍ୟରେ କିଛି ବି ପାତର ଅନ୍ତର କର୍ମୀ କର୍ମୀଙ୍କ ମଧ୍ୟରେ ନ ରଖି ସମସ୍ତେ ଯେମିତି ନିଜ ଦଳ ପାଇଁ ଉଚିତ କାର୍ଯ୍ୟ କରି ଆମ ଦଳକୁ ମଜଭୁତ ସହ ଟାଣୁଆ କରିବା I ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାର ନୂତନ ସଭାପତି ବୁଲୁ ସାହୁ ଓ କୋରାପୁଟ ଜିଲ୍ଲାର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକାଙ୍କୁ ଫୁଲ ତୋଡା ଦେଇ ଭଵ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇବା ସହ ଆଦିବାସି ଓ ସମ୍ବଲ ପୁରୀ ଗୀତରେ ଢେମଶା ନାଚରେ ରାସ୍ତାର ଧୂଳି ଉଢେଇ ଥିବାର ଦେଖିବାକୁ ମିକିଥିଲା I କୋରାପୁଟ ଜିଲ୍ଲା ବାର ଆସୋସିଏସନ ସଭାପତି ଶ୍ରୀ ଅଜିତ ସାହୁ, କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀ ରୂପକ ତୁରୁକ,ପବିତ୍ର ସାଉଁନ୍ତା, ରମେଶ ଖରା,ବନ୍ଧୁଗାଁ ବ୍ଲକର ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସଲା,ବନ୍ଧୁଗାଁ ବ୍ଲକର ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜୋଲି ପିଡିକା,ବନ୍ଧୁଗାଁ ବ୍ଲକ କଂଗ୍ରେସ ଯୁବ ସଭାପତି ଅଶୋକ ଖୋସଲା,ବନ୍ଧୁଗାଁ ବ୍ଲକର ଆଗ ଧାଡି ନେତା ଅଶୋକ ପଣ୍ଡା, ପୂର୍ବତନ ବିଧାୟକ ପ୍ରତିନିଧି କାମେଶ୍ଵର ରତନାଲୁ, ବନ୍ଧୁଗାଁ ବ୍ଲକର ନୂତନ ଭାବରେ ଚୟନ କରାଯାଇଥିବା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଭାରତ ରାଜୁ ଙ୍କୁ ପୁଷ୍ପ ମାଲ୍ୟ ଦେଇ ଅଞ୍ଚଳବାସୀ ସ୍ୱାଗତ ଜଣାଇଥିଲେ I ଓ ଆଜିର ବୈଠକରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ଗ୍ରାମ ପଞ୍ଚୟତର କଣ କଣରୁ ଅତି କମରେ ପନ୍ଦର ସହରୁ ଉର୍ଦ୍ଧ କର୍ମି ଆସି ଉପସ୍ଥିତ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଜୁବାବୁଙ୍କ ଉତ୍ସର୍ଗୀକୃତ ଦେଶପ୍ରେମ ଅନନ୍ୟ,, ବିଧାୟକ ଦିବ୍ୟଶଙ୍କର ମିଶ୍ର

Sunil Chandra Nayak

ଚର୍ଚ୍ଚା ରେ ଚଳ ଚଞ୍ଚଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀ 

masiha

ଧର୍ମଗଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!