ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଲମା ଠାରେ ବିଜେପିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

କୋକସରା,୧୯/୧- କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ଶିଵ ମନ୍ଦିର ନିକଟରେ ବୁଧବାର ଭାରତୀୟ ଜନତା ଦଳ ପକ୍ଷରୁ କୋକସରା ମଣ୍ଡଳର ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀଙ୍କ ସଭାପତିତ୍ୱରେ ଛତିଶଗଡ଼ ଯୁବମୋର୍ଚା ପ୍ରଭାରୀ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିପଜ୍ୟୋତି ମୁଣ୍ଡ, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଯୋଗଦେଇ ପ୍ରଥମେ ମା ଭାରତୀଙ୍କ ଫୋଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକରେ ଦଲୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଓ ଲୋକଙ୍କ ସହ ଜଡିତ ହୋଇ ରହିବା ପାଇଁ ଉପସ୍ଥିତ ଦଲୀୟ ନେତାମାନେ ମତ ରଖିଥିଲେ। ବୈଠକରେ ସାଂସଦଙ୍କ ପ୍ରତିନିଧି ସୁଧୀର କୁମାର ପାତ୍ର, ପୁର୍ବତନ ଜିଲ୍ଲା ପରିଷଦ ନୀଳକଣ୍ଠ ମାଝୀ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ୱଜ ମାଝୀ, ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ଉପ ସଭାପତି ଗୋପାଳ ଅଗ୍ରୱାଲ, ରଜନୀକାନ୍ତ ପଣ୍ଡା, ମୁକୁନ୍ଦ ପଟ୍ଟନାୟକ, ସମ୍ପାଦକ ସୁଭାଷ ଦାସ, ମଣ୍ଡଳ ସଂପାଦକ ମୋତିଲାଲ ନାଏକ, ହରିଜନ ମୋର୍ଚ୍ଚା ସଭାପତି ସୋମନାଥ ବାଗ, ଆଦିବାସୀ ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ଓବିସି ମୋର୍ଚ୍ଚା ସଭାପତି କ୍ଷେତ୍ର ମୋହନ ବାଗ, ସଦସ୍ୟ ନରେନ୍ଦ୍ର ପ୍ରଧାନୀ, ପ୍ରମୋଦ ପଣ୍ଡା, ଧର୍ମାନନ୍ଦ ନେଗି, ନବୀନ ପ୍ରଧାନୀ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଅଧିରାଜ ମୋହନ ପାଣିଗ୍ରାହୀ ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର କଲେ ଦାଖଲ

masiha

ମହମ୍ମଦ ମୋକିମ ଙ୍କ ବହିଷ୍କାର ଦାବୀ ରେ ଜଗତପୁରଠାରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!