ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ କଳା ଦିବସ ପାଳିତ 

ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ କଳା ଦିବସ ପାଳିତ 

ନବରଙ୍ଗପୁର:(୨୫|୬)(ରବି ନାରାୟଣ ମହାନ୍ତି)ଆଜି ମାଝୀଗୁଡା ସ୍ଥିତ ନୂତନ ବିଜେପି କାର୍ଯ୍ୟାଳୟ ଠାରେ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ କଳା ଦିବସ ପାଳନ କରାଯାଇଥିଲା।ଜ଼ିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଗୁରୁଜୀ ଶ୍ରୀ ରବି ସାହୁ ଉପସ୍ଥିତ ରହି ୧୯୭୫ ମସିହାରୁ ୧୯୭୭ ମସିହା ୨୧ ମାସର ଜରୁରୀକାଳୀନ ପରିସ୍ଥିତି ର ଲୋମ ହର୍ଷଣ କାହାଣୀ ଉପରେ ଆଲୋକ ପାତ କରିବା ସହ ନିଜ ଚୌକିର ସୁରକ୍ଷା ପାଇଁ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଅନାବଶ୍ୟକ ଭାବେ ଜରୁରୀକାଳୀନ ପରିସ୍ଥିତି ଲଦି ଦେଇ ସମ୍ବିଧାନର ମାଖୁଲ ଉଡାଇ ନେତା ସମାଜସେବୀ ସାମ୍ବାଦିକ, ବୁଦ୍ଧିଜୀବୀ,ଓ ଜନ ସାଧାରଣ ଙ୍କ ବାକ୍ ସ୍ୱାଧୀନତା ଛଡ଼ାଇ ନେଇଥିଲେ।ଅନ୍ୟ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦେବଦାସ ମହାଙ୍କୁଡ ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ର ନିର୍ମାଣ ରେ ଭାଗିଦାରୀ ହେବାକୁ ଆହ୍ୱାନ ଦେଇଥିଲେ।ଅନ୍ୟ ଅତିଥି ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ଭିକି ଜେନା ମଞ୍ଚାସିନ ଥିଲେ l ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅନନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ ଘୋଷଣା କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁବାବୁଙ୍କ ତିରୋଧାନ ଦିଵସ ପାଳିତ 

masiha

ଉତ୍ତର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଫାଲଗୁନୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ

Leave a Comment

error: Content is protected !!