ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ବ୍ଲକ କଂଗ୍ରେସର ନୂତନ ସଭାପତି ଭାବେ ମନୋନୀତ ହେଲେ ଲିଙ୍ଗରାଜ ବେହେରା, ବିଭିନ୍ନ ମହଲରୁ ଶୁଭେଚ୍ଛା

କୋକସରା ବ୍ଲକ କଂଗ୍ରେସର ନୂତନ ସଭାପତି ଭାବେ ମନୋନୀତ ହେଲେ ଲିଙ୍ଗରାଜ ବେହେରା, ବିଭିନ୍ନ ମହଲରୁ ଶୁଭେଚ୍ଛା

କୋକସରା,୯/୯ // ଓଡିଶା ପ୍ରଦେଶ କଂଗ୍ରେସ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନୂତନ ସଭାପତି ଭାବେ ଯୁବନେତା ଲିଙ୍ଗରାଜ ବେହେରାଙ୍କୁ ମନୋନୀତ କରାଯାଇଛି। ଲିଙ୍ଗରାଜ ବେହେରା ପୂର୍ବରୁ ଜିଲ୍ଲା ଓବିସି ସଭାପତି ରହି ଦଳ ପାଇଁ ଅନେକ ସାଙ୍ଗଠାନିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି କୋକସରା ବ୍ଲକ ସଭାପତି ଦାୟିତ୍ୱ ଦେଇଛନ୍ତି। ବ୍ଲକ ସଭାପତି ଦାୟିତ୍ୱ ଦେଇ ଥିବାରୁ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ସମୟରେ ବ୍ଲକ କଂଗ୍ରେସ ସଭାପତି ଭାବେ ଯୁବଗୋଷ୍ଠୀ ଓ ଦଳରେ ରହି ଦଳକୁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ କରିବାକୁଚେଷ୍ଟା ଜାରି ରଖିବା ନେଇ ନିଜ ପକ୍ଷରୁ କହିଛନ୍ତି। ବ୍ଲକ ସଭାପତି ଭାବେ ଦାୟିତ୍ୱ ନେବା ପରେ ବିଭିନ୍ନ ମହଲରୁ ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

କେନ୍ଦ୍ରାପଡ଼ା ଜିଲ୍ଲା କୃଷକ ମୋର୍ଚ୍ଚାର ମଣ୍ଡଳ ସତ୍ୟାପନ  ଏବଂ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ

masiha

ଅଂଚଳଗୁମା ମଣ୍ଡଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

masiha

Leave a Comment

error: Content is protected !!