ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକାଦଶାହ କ୍ରିୟା ଉପଲକ୍ଷେ ଶୋକସଭା ଅନୁଷ୍ଠିତ

ଏକାଦଶାହ କ୍ରିୟା ଉପଲକ୍ଷେ ଶୋକସଭା ଅନୁଷ୍ଠିତ

ବାଲେଶ୍ଵର,୧୦/୯/୨୩- ବାଲେଶ୍ଵର ଜିଲ୍ଲା କୁପାରି ଠାରେ ଥିବା ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦ, କୁପାରି ତରଫରୁ ଦିବଂଗତ ହୈମବତୀ ମହାପାତ୍ରଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ କୁପାରିସ୍ଥ ବାସଭବନରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ସଂସଦର ଉପସଭାପତି ଶରତ କୁମାର ବିଶ୍ବାଳ । ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟଙ୍କ ପ୍ରାରମ୍ଭିକ ସୂଚନା ପରେ ଗୀତା ପାଠ କରିଥିଲେ ସଂସଦର ସମ୍ପାଦକ ଉମେଶ ଚନ୍ଦ୍ର ମହାନ୍ତି । ସ୍ବର୍ଗତା ମହାପାତ୍ରଙ୍କ ବିଷୟରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ ହରେକୃଷ୍ଣ ପଣ୍ଡା । ଉକ୍ତ ଶୋକସଭାରେ ଲକ୍ଷ୍ମୀକାନ୍ତ ବିଶ୍ବାଳ, ଭରତ ଚନ୍ଦ୍ର ଦାସ, ବିଷ୍ଣୁ ପ୍ରସାଦ ବହଳୀ, ସୁରେନ୍ଦ୍ର ନାଥ ବଳବନ୍ତରାୟ, ଜଗନ୍ନାଥ ମହାପାତ୍ର, ମହେଶ୍ବର ମହାପାତ୍ର, ବିଶ୍ବନାଥ ନାଇକ, ପ୍ରସନ୍ନ ମତ୍ତଗଜ, ଅର୍ଜୁନ ଚରଣ ମହାରଣା, ଜିଲ୍ଲା ପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସଙ୍କ ସମେତ ପରିବାର ବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନ, ସ୍ବର୍ଗତା ମହାପାତ୍ରଙ୍କ ପରିବାରବର୍ଗଙ୍କୁ ଭଲପାଉଥିବା ବ୍ଯକ୍ତି ବିଶେଷ ମାନେ ଉପସ୍ଥିତ ରହି ସ୍ବର୍ଗତା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ସୁଗୁଣାବଳୀ ବିଷୟରେ ବର୍ଣ୍ଣନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନଦୀରେ ବୁଡି ମହିଳା ନିଖୋଜ 

masiha

ସ୍କଟି ଦୁର୍ଘଟଣାରେ ଆରୋହୀ ଗୁରୁତର

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୭ତମ ସାଧାରଣତନ୍ତ୍ର ଦିବସ -୨୦୨୬ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!