ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମମାଟିରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ 

ଯବାନଙ୍କ ମର ଶରୀରକୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧୂର୍ବ ଚରଣ ସାମଲଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ ଯବାନ୍ ଧୂର୍ବ ଚରଣ ସାମଲ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥ ହୋଇ ଚିକିତ୍ସା ହେବା ପାଇଁ ଘରକୁ ଆସିଥିଲେ l ନିଜ ବାସ ଭାବନାରେ ପରଲୋକ ହୋଇଛି। ଯାହାକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମର ଶରୀର କୁ ଗ୍ରାମ ପରିକ୍ରମା କରାଇବା ସହ ହଜାର ହଜାର ଜନତା ତାଙ୍କର ଶେଷ ଦର୍ଶନ କରିବା ପରେ ସଂକୀର୍ତ୍ତନ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା l ନିଜ ଗ୍ରାମ ଶ୍ମଶାନ କୁ ନିଆଯାଇ ସେଠାରେ ଗାର୍ଡ ଅଫ ଅନୋର ଦିଆଯାଇଥିଲା। ଧୂର୍ଵ ଆମର ରହେ ଧ୍ଵନି ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା l ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା। ସେ ଶାନ୍ତ ସରଳ ମିଷ୍ଠା ଭାସି ପରୋପକାରୀ ଥିଲେ। ଗ୍ରାମର ସାମାଜିକ ଆଧ୍ୟାତ୍ମିକ କାର୍ଯ୍ୟରେ ସେ ନିଜକୁ ସାମିଲ ରଖୁଥିଲେ। ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

ଢେ଼ଙ୍କାନାଳ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ

Sunil Chandra Nayak

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

masiha

Leave a Comment

error: Content is protected !!