ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ 

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ 

ରାଉରକେଲା: ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ ସଫଳତା ସହ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଅଡିସନରେ ପୋଡପିଠା,ରଜ ରାଜକୁମାରୀ,ରଜ ସଜବାଜ, ପୁଚିଖେଳ ଆଦି ପ୍ରତିଯୋଗିତା କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ବିଚାରକ ଭାବେ ଓଲିଉଡ଼ ଅଭିନେତ୍ରୀ ଶ୍ରେୟା ମହାନ୍ତି, ସବିତା ବସ୍ତିଆ, ରଶ୍ମିରାଣୀ ପଣ୍ଡା, ଦୀପମାଲା ଲାକ୍ରା,କିରଣ ଗୁପ୍ତା, ନଳିନୀ ପଟ୍ଟନାୟକ, ପ୍ରଣତୀ ମହାନ୍ତି, ଅନୁପମା ବେହେରା ପ୍ରମୁଖ ଯୋଗଦେଇ ଥିଲେ। ମୋନାଲିସା ଗୈାଡ, ମୋନାଲିସା ସାହୁ ଓ ମୈ।ସୁମୀ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ, ଚ୍ୟାମ୍ବର ଅଫ୍ କମର୍ସ ର ଉପସଭାପତି ସନ୍ତୋଷ ଅଗ୍ରୱାଲ ଓ ରାଉରକେଲା କ୍ଲବର ସମ୍ପାଦକ ମାନସ ମହାରଣା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଗରିମା ପରିବାରର ଅଧ୍ୟକ୍ଷା ନିହାରିକା ବସ୍ତିଆ , ସଭାପତି ମମତା ନାୟକ, ସମ୍ପାଦକ ଡ ସରିତା ମଲ୍ଲ ,ସୁମିତା ମହାନ୍ତି ପ୍ରମୁଖ ଗରିମା ପରିବାର ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ଦିନ ଓଲିଉଡ଼ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଦେବସ୍ମିତା ମୁଖ୍ୟ ଆକର୍ଷଣ ହେବା ସଂଗେ ସଂଗେ ଅଡିସନରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ବୋଲି ଜଣାପଡିଛି । ଅଡିସନ ସମୟରେ ଅନୁଷ୍ଠାନର ଉପଦେଷ୍ଟା ରଶ୍ମିତ କୁମାର ସାହାଣୀ, ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନା ଓ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ,ଲୀନା ତ୍ରିପାଠୀ, ଦେବସ୍ମିତା ଶତପଥୀ,ଲୁସି ଦାଶ, ସୁନିତା ଶ୍ରୀନିବାସନ, ମମତା ଦାସ, ମୀନାକ୍ଷୀ ପାଢ଼ୀ, ସସ୍ମିତା ମିଶ୍ର, ସବିତା ମହାପାତ୍ର,ରଶ୍ମି ନାୟକ, ରଶ୍ମିତା ଚୈ।ଧୁରୀ , ତପସ୍ୱିନୀ ପାତ୍ର, ମୀନତି ମୋଦୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

Sunil Chandra Nayak

Leave a Comment

error: Content is protected !!