ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ରଜ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବ୍ଲକସ୍ତରୀୟ ରଜ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ଵର,୧୦/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି ବୈଠକ ଖଇରା ଜେଭିସି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାଂସ୍କୃତି ପରମ୍ପରା ଅତୀବ ମହନୀୟ, ଏହାକୁ ଉଜ୍ଜୀବିତ କରି କୃଷି କର୍ମୀ ତଥା ସାର୍ବକ ଉତ୍ସାହ ପାଇଁ ରଜ ମହୋତ୍ସବ କମିଟି, ସୁନ୍ଦରପୁର, ଖଇରା, ବାଲେଶ୍ଵର ତରଫରୁ ଆସନ୍ତା ୧୩.୦୬.୨୦୨୪ ରିଖ ଗୁରୁବାର ଠାରୁ ୧୬.୦୬.୨୦୨୪ ରବିବାର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ପାର୍ଶ୍ଵବର୍ତ୍ତୀ ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ ପାଇଁ ସ୍ଥିର କରାଯାଇଛି, ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କୁପାରୀ ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ରାଉତ, ସଭାପତି, ସମ୍ପାଦକ ଚନ୍ଦ୍ରକାନ୍ତ କୁଅଁର, ଉପଦେଷ୍ଟା, ବରିଷ୍ଠ ନରହରି ନାୟକ, ଡାକ୍ତର ହରେକୃଷ୍ଣ ରାଉତ, ବାବାଜି ଚରଣ ପଣ୍ଡା, କରୁଣାକର ପାଣି, ପ୍ରଭାତ କୁମାର ନାୟକ, ସଂଯୋଜକ ବରେନ୍ଦ୍ର କୁମାର ନାୟକ, ପ୍ରହଲ୍ଲାଦ ରାୟ, ଦେବେନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ମହାପାତ୍ର, ଉପସ୍ଥିତ ରହି ଥିଲେ । 

  ଆସନ୍ତା ୧୨.୦୬.୨୦୨୪ ରିଖ ବୁଧବାର ଦିନ ସକାଳ ୯ଟା ସମୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଅନୁଷ୍ଠାନର ସଭାପତି ସୂଚନା ଦେଇଥିଲେ । ପ୍ରଥମ ଦିନ ମୁଖ୍ୟ ଅତିଥି ଓ ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ସିମୁଳିଆ-ଖଇରା ବିଧାୟକ ପଦ୍ମଲୋଚନ ପଣ୍ଡା, ସମ୍ମାନିତ ଅତିଥି ଖଇରା ତହସିଲଦାର ସବ୍ୟସାଚୀ ଜେନା, ଦିତୀୟ ସୋପାନ ସନ୍ଧ୍ୟା ସାଧାରଣ ସଭାରେ ମୁଖ୍ୟ ଅତିଥି ମାନ୍ୟବର ଅଭିମନ୍ୟୁ ସେଠୀ, ସାଂସଦ ଭଦ୍ରକ, ବରେଣ୍ୟ ଅତିଥି ମାନ୍ୟବର ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦାନ କାର୍ଯ୍ଯକ୍ରମ ରେ ରହିବାକୁ ମତପ୍ରକାଶ କରିଛନ୍ତି, ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ହାଇକୋର୍ଟ କଟକର ବରିଷ୍ଠ ଆଇନଜୀବି ନିରଞ୍ଜନ ପାଇକରାୟ, ମୁଖ୍ୟବକ୍ତା ଭାବେ ମୟୁରଭଞ୍ଜ ଜିଲ୍ଲାର ଉପଜିଲ୍ଲାପାଳ ବିଶ୍ବଜିତ୍ ପଣ୍ଡା ଉପସ୍ଥିତ ରହିବେ ବୋଲି କମିଟିର ସଭାପତି ସୁରେନ୍ଦ୍ର ନାଥ ରାଉତ, ସମ୍ପାଦକ ଚନ୍ଦ୍ରକାନ୍ତ କୁଅଁର ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏସ୍.ଏସ୍.ଡ଼ି,ଜାମଦା ରେ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ,ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା

masiha

ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ସୁନିତା ପରିଡା

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ.

Sunil Chandra Nayak

Leave a Comment

error: Content is protected !!