ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲ ଜମି ରେ ମକା ଚାଷକୁ ପ୍ରବଳ ବିରୋଧ କଲେ ଖାଣ୍ଡା ବନ ସୁରକ୍ଷା ସମିତି, ଟ୍ରାକ୍ଟର ଜବତ, ମାଲିକ ଓ ଡ୍ରାଉଭର ଫେରାର

ଜଙ୍ଗଲ ଜମି ରେ ମକା ଚାଷକୁ ପ୍ରବଳ ବିରୋଧ କଲେ ଖାଣ୍ଡା ବନ ସୁରକ୍ଷା ସମିତି, ଟ୍ରାକ୍ଟର ଜବତ, ମାଲିକ ଓ ଡ୍ରାଉଭର ଫେରାର

 ନବରଙ୍ଗପୁର:(୧୦|୬)(ରବି ନାରାୟଣ ମହାନ୍ତି)ପ୍ରତିବର୍ଷ ବର୍ଷା ଦିନ ଆସିବା ମାତ୍ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳ ରେ ରିଜର୍ଭ ଜଙ୍ଗଲ ଜମିରେ ମକା ଚାଷକୁ ନେଇ ଏକ ନିର୍ଦ୍ଧିଷ୍ଟ ଦୁଇ ସଂପ୍ରଦାୟର ଲୋକେ ଗଣ୍ଡଗୋଳ ହୋଇ ଥାଆନ୍ତି। ଚଳିତ ବର୍ଷର ପ୍ରଥମ ବିରୋଧ ଉମରକୋଟ ବ୍ଲକ ଅନ୍ତର୍ଗତ ଧୋଡ୍ରା ସେକ୍ସନ ରେ ଆସିଥିବା ସେମିଳି ଗଦରା ଓ କୁମି ଦଡା ଗ୍ରାମ ମଝିରେ ଥିବା ରିଜର୍ଭ ଜଙ୍ଗଲରେ ଲୋକମାନଙ୍କ ଉତ୍ତେଜନା ଦେଖା ଯାଇଛି। ଆଜି ଏହି ରିଜର୍ଭ ଫରେଷ୍ଟରେ ଗୋବିନ୍ଦ ଶାନ୍ତା ଟ୍ରାକ୍ଟରରେ ମକା ଚାଷ କରିବା ପାଇଁ ଜମି ହଳ କରୁଥିବା ବେଳେ ଖାଣ୍ଡା ବନ ସୁରକ୍ଷା ସମିତିର ୫୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ପହଞ୍ଚି ବିରୋଧ କରିବା ସହ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଙ୍କୁ ଖବର ଦେଇଥିଲେ। ତୁରନ୍ତ ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଓ ସାନ କୁମାରୀ ବିଟ ଫରେଷ୍ଟ ଗାର୍ଡ ଶ୍ରୀମତୀ ଦିଶାରି ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବାରେ ସକ୍ଷମ ହେଇଥିଲେ ହେଁ ଡ୍ରାଇଭର ଓ ଗୋବିନ୍ଦ ଶାନ୍ତା ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇ ଥିଲେ। ଖାଣ୍ଡା ବନ ସୁରକ୍ଷା ସମିତିର ସଭାପତି ଓ ଜଙ୍ଗଲ ଜମିରେ ଅନଧିକୃତ ଚାଷକୁ ରୋକିବା ପାଇଁ ଏକ ବୈଠକ ଖାଣ୍ଡା ଠାରେ ଗତ କାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଉପସ୍ଥିତ ଥିଲେ। ବୈଠକ ରେ ଖାଣ୍ଡା ବନ ସୁରକ୍ଷା ସମିତି ଅଧିନରେ ଆସୁଥିବା ରିଜର୍ଭ ଜଙ୍ଗଲରେ ଯେପରି ଅନଧିକୃତ ଭାବେ ଚାଷ କେହି ଯେମିତି ନ କରିବ ବନ ସୁରକ୍ଷା ସମିତିର ସଦସ୍ୟ ମାନେ ପେଟ୍ରୋଲିଂ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଆଜି ଖାଣ୍ଡା ବନ ସୁରକ୍ଷା ସମିତି ର ୫୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ମାନେ ପେଟ୍ରୋଲିଙ୍ଗ କରିବା ସମୟ ରେ ସେମିଳି ଗଦରା ଓ କୁମୀ ଦଡା ଗ୍ରାମ ମଝିରେ ଯେଉଁ ଅଞ୍ଚଳ କୁ ସ୍ଥାନୀୟ ଲୋକେ ଵାର କାସ ପ୍ଲାନ୍ତେଶନ ଅଂଚଳ ବୋଲି କହନ୍ତି। ସେହି ଅଞ୍ଚଳ ରେ ଗୋଟିଏ ଟ୍ରାକ୍ଟର ନମ୍ୱର ହେଲା ଓଡି ୨୪ ଇ ୨୭୬୫ ମକା ଚାଷ ପାଇଁ ଚାଷ କରୁଥିଲା।। ଚାଷ ଜମିର ପରିମାଣ ପ୍ରାୟ ୫ ଏକର ହେବ ବୋଲି ସମିତି ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଲୋକଙ୍କୁ ଦେଖି ଟ୍ରାକ୍ଟର ଛାଡି ଡ୍ରାଇଭର ଓ ମାଲିକ ଗୋବିନ୍ଦ ଶାନ୍ତା ଫେରାର ହୋଇ ଯାଇଥିଲେ। ଆଜି ଏକ ବଡ ଧରଣର ଅଘଟଣ ଘଟିବା ଆଶଙ୍କା ଥିଲେ ହେଁ କିଛି ଲୋକ ତୁରନ୍ତ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ଫରେଷ୍ଟର ଗାର୍ଡ ଙ୍କୁ ନେଇ ଘଟଣା ସ୍ଥଳ ରେ ପହଞ୍ଚି ଟ୍ରାକ୍ଟର କୁ ଜବତ କରି ଉମରକୋଟ କୁ ଆଣି ମକଦ୍ଦମା ରୁଜୁ କରିଛନ୍ତି। ତେବେ ଏହି ଅଞ୍ଚଳରେ ବନ ବିଭାଗ ପକ୍ଷ ରୁ ବୃକ୍ଷ ରୋପଣ କରାଯାଇଥିଲା। ସେହି ଗଛ କୁ ନଷ୍ଟ କରି ଗୋବିନ୍ଦ ଶାନ୍ତା ଚାଷ କରୁଥିଲା ବୋଲି ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଖାଣ୍ଡା ବନ ସୁରକ୍ଷା ସମିତି ର ପଦକ୍ଷେପକୁ ସାଧାରଣରେ ପ୍ରସଂସା ହେବା ସହ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ଫରେଷ୍ଟ ରାଇଟ ରେ ୨ଏକର ଜମି ପଟ୍ଟା ମିଳିଥିଲେ ହେଁ ଏକ ନିର୍ଦ୍ଧିଷ୍ଟ ଜାତି ର ଲୋକ ମାନେ ୨୦ ରୁ ୨୦ ଏକର ଜଙ୍ଗଲ ଜମି ର ଗଛ କୁ କାଟି ଫସଲ କରୁଥିବା ଖାଣ୍ଡା ବନ ସୁରକ୍ଷା ସମିତି ପକ୍ଷ ରୁ ଅଭିଯୋଗ ହୋଇଛି। ଏପରି କି ଏହି ଜମି କୁ ଏହି ଜାତି ର ଲୋକେ ବଙ୍ଗୀୟ ମାନଙ୍କୁ ଲିଜ ରେ ଜମି ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଠାରୁ ଯଦି ଜିଲ୍ଲା ପ୍ରଶାସନ ସଜାଗ ନ ହୁଏ,ତେବେ ଭବିଷ୍ୟତରେ ଏକ ବଡ ଧରଣର ଅଘଟଣ ଏଡ଼ାଯାଇ ନ ପାରେ।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପରଦା ଫାର୍ସ , ହତ୍ୟାକାରୀ ବାପା ସମେତ ଦୁଇ ଗିରଫ

Sunil Chandra Nayak

ଶିକ୍ଷକ ଙ୍କ ମାଡ଼ରେ ଛାତ୍ର ଲହୁ ଲୁହାଣ 

masiha

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

masiha

Leave a Comment

error: Content is protected !!