ବାରେଶବାହାଳୀରୁ ୯.୮ କେଜିରୁ ଊର୍ଦ୍ଧ୍ୱ ଓଜନର ବଜ୍ରକାପ୍ତା ଉଦ୍ଧାର
ଖଡ଼ିଆଳ, (ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅନ୍ତର୍ଗତ ବାରେଶବାହାଳୀ ଗ୍ରାମରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଖଡ଼ିଆଳ ବନ ବିଭାଗ। ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ବଜ୍ରକାପ୍ତାଟି ପଶି ଆସିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ବଜ୍ରକାପ୍ତାର ଓଜନ ୯.୮ କେଜିରୁ ଊର୍ଦ୍ଧ୍ୱ ରହିଥିବା ଜଣାପଡ଼ିଛି। ପରେ ତାହାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ସୁସ୍ଥ ଥିବା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ବଜ୍ରକାପ୍ତାଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା। ବନ ବିଭାଗର ଏହି ତତ୍ପରତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

