ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରହସ୍ୟଜନକ ଭାବେ ସ୍କୁଟିରେ ଲାଗିଲା ନିଆଁ, ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ

ରହସ୍ୟଜନକ ଭାବେ ସ୍କୁଟିରେ ଲାଗିଲା ନିଆଁ, ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ

ହିଞ୍ଜିଳିକାଟୁ,ତା ୦୫/୦୬ : ହିଞ୍ଜିଳି ବ୍ଳକ୍ ତଥା ବେଲଗାଁ ଥାନା ଅନ୍ତର୍ଗତ ଭାବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଗ୍ରାମରେ ଏକ ସ୍କୁଟିରେ ରହସ୍ୟଜନକ ଭାବେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ,ସୂର୍ଯ୍ୟନାରାୟଣପୁର ଗ୍ରାମର ନାଇଡୁ ରାମେୟା (୬୭) ଗତ ଗୁରୁବାର ରାତି ପ୍ରାୟ ୧୧.୪୦ ମିନିଟ୍ ସମୟରେ ନିଜ ସ୍କୁଟିକୁ ଘର ପାର୍କିଂ ସ୍ଥାନରେ ରଖିଥିଲେ। ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣି ସେ ଘରୁ ବାହାରକୁ ଆସି ଦେଖିଥିଲେ ଯେ ସ୍କୁଟିଟିରେ ନିଆଁ ଲାଗିଯାଇଛି। ତୁରନ୍ତ ସେ ଓ ଗ୍ରାମର କିଛି ଲୋକ ମିଶି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଥିଲା । ଘଟଣାଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି ନା କୌଣସି ଦୁର୍ବୃତ୍ତଙ୍କ କାର୍ଯ୍ୟ,ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏନେଇ ନାଇଡୁ ରାମେୟା ବେଲଗାଁ ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ସଠିକ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।

ପୋଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସ୍କୁଟିରେ ନିଆଁ ଲାଗିବାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ମହଲରେ ଆଲୋଚନା ହେଉଛି।

Related posts

ରାଉରକେଲା ପୋଲିସ୍ ଦ୍ବାରା ୩୨ ଟନ୍ ଚୋରା ଲୁହାପଥର ଜବତ୍ ସହ ୪ ଅଭିଯୁକ୍ତ ଗିରଫ୍

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ 

masiha

ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ

masiha

Leave a Comment

error: Content is protected !!