ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସରେ ଧର୍ମଗଡ଼ ତାଲୁକ ଆଇନ ସେବା ସମିତିର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଶ୍ୱ ପରିବେଶ ଦିବସରେ ଧର୍ମଗଡ଼ ତାଲୁକ ଆଇନ ସେବା ସମିତିର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଧର୍ମଗଡ଼ : ବିଶ୍ୱ ପରିବେଶ ଦିବସ ଅବସରରେ ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ନୂତନ ସିଭିଲ କୋର୍ଟ ପରିସର (କେବିଡି) ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମରେ ଧର୍ମଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ଚନ୍ଦନ ସେଠୀ, ସହକାରୀ ଜିଲ୍ଲାପାଳ ସେର୍ଲି ପ୍ରଧାନ, ରେଞ୍ଜର ଭବାନୀ ଶଙ୍କର କହଁର,ବନପାଳ ସୀମା ଧଙ୍ଗଡ଼ାମାଝୀ, ସରକାରୀ ଓକିଲ ଆଶୁ ପାତ୍ର, ପ୍ରଶାନ୍ତ ତନ୍ତୀ, ପ୍ରସନ୍ନ କୁମାର ଅଗସ୍ତି, ବସନ୍ତ ଠାକୁର, ଦୀନେଶ କୁମାର ଶର୍ମା, ରିଟେନର ସଂଯୁକ୍ତା ପଣ୍ଡା, ତାଲୁକ ଆଇନ ସେବା ସମିତିର ସଦସ୍ୟ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ ଓ ଗଙ୍ଗାଧର ମଙ୍ଗରାଜଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ନୂତନ ସିଭିଲ କୋର୍ଟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରି ଅନିୟନ୍ତ୍ରିତ ଜଙ୍ଗଲ କ୍ଷୟ, ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣ, ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଗଭୀର ବିପଦ ସୃଷ୍ଟି କରୁଛି। ଏହାର ପ୍ରଭାବରେ ବିଭିନ୍ନ ଭୂତାଣୁଜନିତ ରୋଗ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜୀବଜଗତ ପ୍ରତି ନାନା ପ୍ରକାରର ସଙ୍କଟ ସୃଷ୍ଟି ହେଉଛି ତେଣୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଓ ବନ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Swabhav Swachchta – Sanskaar Swachchta: Walkathon Organised by Waltair Division

Sunil Chandra Nayak

ଚେନ୍ନାଇ ସୃଜନୀ ପରିବାର ପକ୍ଷରୁ “ସମ୍ବାଦ ସାହିତ୍ୟ ଘର ” ସାରସ୍ୱତ ମହୋତ୍ସଵ

ଭଣ୍ଡିଆରେ ପାଟ ବାଲିଯାତ୍ରା ଉଦଯାପିତ

Leave a Comment

error: Content is protected !!