ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି। ସରକାରୀ ସ୍ତରରେ ଏହାକୁ ନିରାଡ଼ମ୍ବର ନିର୍ବାଚନ ଆଚରଣବିଧି ଅନୁଯାୟୀ ପାଳନ କରାଯାଇଥବା ବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଉତ୍କଳ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କ୍ରମରେ ବିଭିନ୍ନ ଅନୁଷ୍ଠାନରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଓଡ଼ିଶାର ଐତିହ୍ୟ, ପରମ୍ପରା, ମହାମନିଷୀ ମାନଙ୍କ ଅବଦାନ ଓ ଆଜିର ଦିବସର ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କ୍ରମରେ ବିଭିନ୍ନ ଅନୁଷ୍ଠାନ ଯଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ଉତ୍କଳ ସମ୍ମିଳନୀ, ପ୍ରଗତି ଉତ୍କଳ ସଂଘ, ଜାଗରଣ, ବାସନ୍ତୀ ପାଠାଗାର, କ୍ଲିନ୍ ଆଣ୍ଡ ଗ୍ରୀନ୍, ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଛେଣ୍ଡ ଗୋପବନ୍ଧୁ ପାଠାଗାର, ଧାମରା ସଂଘ, ମାଣିକ ଫାଉଣ୍ଡେସନ, ବରସୁଆ ର ପ୍ରଗତି, ରାଉରକେଲା ଓକିଲ ସଂଘ, ସିପିଆଇଏମ୍, ରାଉରକେଲା ପ୍ରଶାସନ, ଇସ୍ପାତ ସାହିତ୍ୟ ସଂସଦ, ସଚେତନ ନାଗରିକ ମଞ୍ଚ, ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ଫକୀର ମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ, ସୂବର୍ଣ୍ଣରେଖା, ମଧୁସୂଦନ ପାଠାଗାର, ଏନ୍ଆଇଟି,ଜଗଦା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଡିସୈ।ଜା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟ, ଗଞ୍ଜାମ ଗଜପତି ବିକାଶ ପରିଷଦ,ମାନବ ସେବା ପ୍ରତିଷ୍ଠାନ, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ,ବିଦ୍ୟାଷ୍ଟଡି ପଏଣ୍ଟ, ବ୍ୟାସଦେବ ଉଚ୍ଚ ବିଦ୍ୟାଳୟ, ବିଜେପି, ସାହିତ୍ୟ ଘର,ଇନଫିନାଇଟ ଲଭ୍ ଏକାଡେମୀ ଭଳି ଶତାଧିକ ବିଭିନ୍ନ ଅନୁଷ୍ଠାନ ତରଫରୁ ୮୯ତମ ଉତ୍କଳ ଦିବସ ପାଳନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

କୋଇଡା ପ୍ରେସ କ୍ଲବ ତରଫରୁ ଜଳଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ 

masiha

ଓଲଟିଲା ମାଲ୍ ବୋଝେଇ ଟ୍ରକ

masiha

Leave a Comment

error: Content is protected !!