ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଜୁନାଗଡ଼,୪/୨ ( ମ ନି ସ) କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସ୍ଥିତ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭlରେ ସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଷଷ୍ଠୀ ଝାଙ୍କର(ଜୁନାଗଡ଼ ବ୍ଲକ ଶିକ୍ଷା ଅଧିକାରୀ)ମୁଖ୍ୟ ବକ୍ତା ଭାବେ ଶ୍ରୀ ନେପାଳ ଚନ୍ଦ୍ର ବାଗ (ପ୍ରଧାନଶିକ୍ଷକ, ଜୁନାଗଡ଼ ହାଇସ୍କୁଲ ) ସମ୍ମାନିତ ଅତିଥି ଭାବେ ଶ୍ରୀ ସନ୍ତୋଷ କୁମାର ସିଂହଦେଓ (ସାଧାରଣ ସମ୍ପାଦକ, କଳାହାଣ୍ଡି ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ), ଏସ. ଏମ. ଡି. ସି ମେମ୍ବର ଧନଞ୍ଜୟ ପାଣିଗ୍ରାହୀ,ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ସ୍ବର୍ଣ୍ଣଲତା ଦାଶ, କାଉନସିଲର ହିମାଦ୍ରୀ ସିନ୍ଦୁର ପ୍ରମୁଖ ଯୋଗଦାନ କରି ଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ପାଇଁ ଓ ବିଦ୍ୟାଳୟ ର ଗୌରବ ବଢେଇବା ପାଇଁ ଉତ୍ସାହିତ କରିଥିଲେ l ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷୟତ୍ରୀ ତିଲୋତ୍ତମା ମିଶ୍ର l ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଇଥିଲା l ପାଠ ରେ ବିଦ୍ୟାଳୟ ରେ ଟପର ଥିବା ଛାତ୍ରୀ ଆକାଂକ୍ଷା ମଲ୍ଲିକ ଓ କ୍ରୀଡା ରେ ଲଭଲି କୁମାର ଙ୍କୁ ସମ୍ମାନିତ କରାଯାଇଥିଲା l ଶେଷରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଭୀଷ୍ମରଥି ସୁନା, ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀ ଚମରୁଲାଲ ପାଢ଼ୀ l କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହାୟତା କରିଥିଲେ କ୍ରୀଡା ଶିକ୍ଷୟତ୍ରୀ ପ୍ରତିମା ନନ୍ଦ, ଜ୍ୟୋତ୍ସ୍ନାମୟୀ ସାହୁ,ଗାୟତ୍ରୀ କରୁଅଁl,ଗଙ୍ଗାଧର ଦାଶ ଓ ଅନ୍ୟ ଶିକ୍ଷୟତ୍ରୀ ସମୂହ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ରେ କୁରାଲ ପୂଜା ଅନୁଷ୍ଠିତ 

Sunil Chandra Nayak

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

ବିଧାୟକଙ୍କ ଦ୍ବାରା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!