ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ନବରଙ୍ଗପୁର:(୫|୧୧)(ରବିନାରାୟଣମହାନ୍ତି)ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ପ୍ରଧାନ ବିଚାରପତି କିଶୋର ନ୍ୟାୟ ବୋର୍ଡ, ଶ୍ରୀମତୀ ଶାଶ୍ଵତୀ ମିଶ୍ର ଅଭିଯୁକ୍ତ ଅଭିଯୁକ୍ତ ଅମିତ କୁମାର ଲିମା ଓରଫ ରାଜ କୁ ନିର୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ ,ନବରଙ୍ଗପୁର ଥାନା ଅନ୍ତର୍ଗତ ନବରଙ୍ଗପୁର ବଡ଼ ହରିଜନ ସାହିର ର ପୀଡିତା ଗତ ୨୮/୦୯/୨୦୨୪ ତାରିଖ ଦିନ ନବରଙ୍ଗପୁର ଥାନାରେ କେସ ନମ୍ବର ୩୮୫/୨୪ ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଦୀର୍ଘ ୧୫ ବର୍ଷ ଧରି ନାନା ପ୍ରକାର ଭାବରେ ପ୍ରଲୋଭିତ କରି ଅମିତ କୁମାର ଲିମା ଓରଫ ରାଜ ତାଙ୍କୁ ପ୍ରେମ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିବା ପରେ ଔଷଧ ଖୁଆଇ ତାହାର ଗର୍ଭ ନଷ୍ଟ କରିଛି l ପୋଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ ଅମିତ କୁମାର ଲିମା ଓରଫ ରାଜ କୁ କୋର୍ଟ ଚାଲାଣ କରିବା ସହ ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୩୭୬(୨)(ଏନ୍),/୩୧୩/୩୪/ପୋକସ ଆଇନ ୨୦୧୨ ର ଧାରା ୬ ପ୍ରକାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ l ଯାହାର କୋର୍ଟ କେସ ନମ୍ବର ଥିଲା ଜେସି-୨୯/ ୨୪୧ଏହି ଘଟଣା ର ସମସ୍ତ ୧୫ ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ପ୍ରଧାନ ବିଚାରପତି କିଶୋର ନ୍ୟାୟ ବୋର୍ଡ, ଶ୍ରୀମତୀ ଶାଶ୍ଵତୀ ମିଶ୍ର ଅଭିଯୁକ୍ତ ଅମିତ କୁମାର ଲିମା ଓରଫ ରାଜ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାମଲା କୁ ପରିଚାଳନା କରୁଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ହରମୋହନ ମିଶ୍ର ଙ୍କ ଲିଖିତ ପୁସ୍ତକ ସ୍ପର୍ଶ ଉନ୍ମୋଚିତ

masiha

ଭଙ୍ଗା ଦଦରା ଘରେ ପୁରୁଷ ଶୂନ୍ୟ ପରିବାର

Sunil Chandra Nayak

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

masiha

Leave a Comment

error: Content is protected !!