ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ ଆଦମୀ ପାର୍ଟିର ମା’ ବ୍ରାହ୍ମଣୀ ନଦୀ ବଞ୍ଚାଅ ଅଭିଯାନ ଆରମ୍ଭ, ଅବିଶ୍ୱାସ ହେଲେ ବି ସତ ନଦୀର ଦୁଇ ତଟ ବାସିନ୍ଦା ମାନଙ୍କୁ ସଚେତନ କରିବା ପ୍ରୟାସ

ଆମ୍ ଆଦମୀ ପାର୍ଟିର ମା’ ବ୍ରାହ୍ମଣୀ ନଦୀ ବଞ୍ଚାଅ ଅଭିଯାନ ଆରମ୍ଭ, ଅବିଶ୍ୱାସ ହେଲେ ବି ସତ ନଦୀର ଦୁଇ ତଟ ବାସିନ୍ଦା ମାନଙ୍କୁ ସଚେତନ କରିବା ପ୍ରୟାସ

ଢେଙ୍କାନାଳ : ହଁ ଆଜ୍ଞା ଅବିଶ୍ୱାସ ହେଲେ ବି ସତ! ଭାରତୀୟ ଜନତା ପାର୍ଟି ସରକାର ଧୀରେ ଧୀରେ ଦେଶର ଜାତୀୟ ସମ୍ପତ୍ତି ଗୁଡିକୁ ବିକ୍ରି କରୁଛି। ଏହି କ୍ରମରେ କେନ୍ଦ୍ର ବିଜେପି ସରକାର ମା’ବ୍ରାହ୍ମଣୀ ନଦୀକୁ ଜଣେ ଶିଳ୍ପପତି ଗୌତମ ଆଦାନୀକୁ ବିକ୍ରି କରିଦେଇଇଛି। ପୁଣି ରାଜ୍ୟରେ ବିଜେପି ସରକାର ଗଠନ ହେଲା ପରେ ପରେ ୧୫୫୦ କୋଟି ଟଙ୍କା ଅନୁଦାନ ଦେଇଛି ନଦୀ ଭିତରେ ୱାଟର-ୱେ-ଟନେଲ ତିଆରି କରିବାପାଇଁ। ଏହା କାହା ସ୍ୱାର୍ଥରେ? ପୂର୍ବରୁ ଧାମରା ବନ୍ଦର ଟି ସେହି ଅଦାନୀକୁ ବିକ୍ରିକରିଥିଲେ। ଫଳରେ ଦେଶର ୮୦ ପ୍ରତିଶତ ଖଣିଜ ପଦାର୍ଥ ଗଛିତ ଥିବା ଓଡିଶା, ଛତିଶଗଡ଼ ଓ ଝାରଖଣ୍ଡର ପାହାଡ ପର୍ବତ ଏବଂ ପାତାଳରେ ଖଣିଜ ଦ୍ରବ୍ୟରେ ପରିପୂର୍ଣ୍ଣ ଥିବା ରତ୍ନଗର୍ଭା ମାଟି ଶ୍ରୀହୀନ ହୋଇଯିବ। ଏଥିରେ କୌଣସି ସନ୍ଦେହ ନାହିଁ। ଖଣି ମାଫିଆ ମାନେ ଖଣିଜ ସମ୍ପଦ ଏହି ୱାଟର ଟନେଲ ଦେଇ ନିଜ ବନ୍ଦରକୁ ନେବା ସହିତ ବିଦେଶରେ ବିକ୍ରି କରିବେ। ଗୌତମ ଅଦାନୀ ଖଣିଜ ପଦାର୍ଥ ପରିବହନ କରିବାପାଇଁ ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସା ଖର୍ଚ୍ଚ ହେବ କାହିଁକି? ତାଛଡା ନଦୀର ଉଭୟ ପାର୍ଶ୍ୱର ଚାଷୀଭାଇ ମାନେ ଚାଷ କରିବାପାଇଁ ପାଣି ପାଇବେ ନାହିଁ। ଜୀବଜନ୍ତୁ ମାନେ ପାଣି ପାଇବେ ନାହିଁ। ଏପରିକି ସାଧାରଣ ଲୋକମାନଙ୍କ ପାଇଁ ଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକ ଜଳ ଯୋଗାଇ ପାରିବେ ନାହିଁ। ଜନଜୀବନ ସହିତ ପଶୁପକ୍ଷୀ ମାନେ ପାନୀୟ ଜଳ ପାଇବେ ନାହିଁ।

ଆମେ ସମସ୍ତେ ଜାଣିଛେ ଡ୍ରଗ୍ସ ମାଫିଆ ମାନେ ଗୁଜୁରାଟର ମୁନ୍ଦ୍ରା ପୋର୍ଟ ଦେଇ ବିଦେଶ ମାଟିରୁ ଡ୍ରଗ୍ସ ଆଣି ଭାରତରେ ଅନୈତିକ ଭାବେ ବିକ୍ରି କରୁଛନ୍ତି। ସେ ଦିନ ଦୂର ନାହିଁ, ଏହି ଡ୍ରଗ୍ସ ମାଫିଆ ମାନେ ଆଦାନୀ ଧାମରା ବନ୍ଦର ଦେଇ ଓଡିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର ଓ ଛତିଶଗଡ ପରି ରାଜ୍ୟରେ ଡ୍ରଗ୍ସ କରବାର ବଢ଼ିବ। ଅତଏବ କେନ୍ଦ୍ର ବିଜେପି ସରକାର ଙ୍କର ବ୍ରାହ୍ମଣୀ ନଦୀ ବିକ୍ରି କରିବା ଏବଂ ତା ଭିତରେ ୱାଟର ୱେ ତିଆରି କରିବା କୁ ଆମ୍ ଆଦମୀ ପାର୍ଟି ଦୃଢ଼ତାର ସହିତ ବିରୋଧ କରୁଛି। ଏହି ପରିପ୍ରେକ୍ଷୀରେ ଦଳର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଉପସଭାପତି ପ୍ରସନ୍ନ ବରାଳ, କୋଷାଧକ୍ଷ କବିଜ୍ୟୋତି ନିରଞ୍ଜନ ପତି, ଜୟନ୍ତ ଦାସ, ଅଭିମନ୍ୟୁ ନାଏକ, ଯୁଧିଷ୍ଠିର ଦାସ, ଜୟଦେବ ବେହେରା, ଅନିଲ ନାଥ, ସତ୍ୟନାରାୟଣ ବେହେରା, ନିରାକାର ସାହୁ, ବାସୁଦେବ ଦେହୁରୀ, ରବିନାରାୟଣ ଷଣ୍ଢ, କାଳିଆ ଦେହୁରୀ, ରମେଶ ନାଏକ, ପିତାମ୍ବର ସାମନ୍ତରାୟ ପ୍ରମୁଖ ଯୋଗଦେଇ ମା’ବ୍ରାହ୍ମଣୀ ନଦୀ ବିକ୍ରି କୁ ବିରୋଧ କରି ବିଭିନ୍ନ ନାରାବାଜି କରିଥିଲେ। ଦଳ ପକ୍ଷରୁ ଏହି ବ୍ରାହ୍ମଣୀ ବିକ୍ରି ହୋଇଥିବା ସମ୍ପର୍କରେ ନଦୀ କୂଳରେ ବସବାସ କରୁଥିବା ସମସ୍ତ ଲୋକମାନଙ୍କୁ ସଚେତନ କରାଯିବ। ଯଦି ମୋଦୀ ନିଜ ବନ୍ଧୁ ଆଦାନୀକୁ ଦେଶର ସମ୍ପତ୍ତି ବିକ୍ରି କରିବା ବନ୍ଦ ନକରେ ତେବେ ଦଳ ପକ୍ଷରୁ ଏହି ଆନ୍ଦୋଳନ ଆହୁରି ତୀବ୍ର କରାଯିବ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପ୍ରଥମ ବନ୍ୟାଜଳରେ ଧୋଇନେଲା ଟିର୍ଲିଆମକୁ ସଂଯୋଗ ରାସ୍ତା, ଯାତାୟାତରେ ହୀନସ୍ତା ହେଉଛନ୍ତି ବନବାସୀ

masiha

ପରଜଙ୍ଗ ବଜାରରେ ହାତୀ,ଭୟର ବାତାବରଣ 

Sunil Chandra Nayak

ଧର୍ମଗଡ଼ ବିଧାୟକଙ୍କ ଜନ୍ମ ଦିନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

masiha

Leave a Comment

error: Content is protected !!