ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାତ୍ରପୁଟ ସେବାଶ୍ରମ ବିଦ୍ୟାଳୟ ରେ :ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

ପାତ୍ରପୁଟ ସେବାଶ୍ରମ ବିଦ୍ୟାଳୟ ରେ :ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୨୬/୦୯/୨୩ ତେନ୍ତୁଳିଖୁଣ୍ଟି ବ୍ଳକ ପାତ୍ରପୁଟ ସେବାଶ୍ରମ ବିଦ୍ୟାଳୟରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିତା ମାତାଙ୍କ ଭାଗିଦାରୀ ରେ ହିଁ ପିଲାମାନଙ୍କ ସାମଗ୍ରିକ ବିକାଶ ସମ୍ଭବ ।

 ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରମିଳା ମାଝୀଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମଟି ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ରାଜେଶ ସାହୁ , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୁଧାଂଶୁ ସାହୁ ,  ସମ୍ମାନୀୟ ଅତିଥି ସତ୍ୟଭାମା ଚୌଧୁରୀ ,ମୋହନ ରାଓ ,ଭବାନୀ ଶଙ୍କର ବିଶୋଇ ,ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ବିଷୋୟୀ,ସୌଭାଗ୍ୟ ବିଶୋଇ , ପର୍ଶୁରାମ ବିଶୋଇ ,WEO ଜଗମୋହନ ମାଝୀ, ବିଦ୍ୟାଳୟ ସଭାପତି ମଞ୍ଚାସୀନ ଥିଲେ।  ଉପସ୍ଥିତ ଥିବା କମିଟିର ସଦସ୍ୟ  ସହ ଅଭିଭାବକ ଛାତ୍ରଛାତ୍ରୀ ଙ୍କ ପିତାମାତା ଉପସ୍ଥିତ ରହିଥିଲେ। ପ୍ରଥମେ ପ୍ରଦୀପପ୍ରଜ୍ଵଳନ କରି ଉଦଘାଟନ ହୋଇ ଥିଲା। ଉଦଘାଟନ ଶେଷ ପରେ ପ୍ରକଳ୍ପ ପ୍ରଶାସକ ଓ ରାଜେଶ ସାହୁ ଓ ଡିଏସ ଓ ସୁଧାଂଶୁ ଶୁ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ଅଭିଭାବକ ଙ୍କୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଅଭିଭାବକ ଙ୍କ ଭାଗିଦାରୀ ଦ୍ୱାରା ହିଁ ଛାତ୍ର ଛାତ୍ରୀ ଙ୍କ ଲକ୍ଷ୍ୟ ହାସଲ ହୋଇ ପାରିବ ବୋଲି କହିଥିଲେ। ସରକାର ବିଭିନ୍ନ ଯୋଜନାମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରେ କିଭଳି ଭଲ ଖାଇବା ପିନ୍ଧିବା ସହିତ ଉଚ୍ଚ ମାନର ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସେନେଇ ମଞ୍ଚାସୀନ ଅତିଥିମାନେ ବୁଝାଇଥିଲେ । ଅଭିିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ କି ସେମାନେ ନିଜ ପିଲାମାନଙ୍କୁ ନିୟମିତ ସ୍କୁଲକୁ ପଠାଇବା ପାଇଁ ଯତ୍ନବାନ ହେବେ । ପିଲା ଙ୍କ ଉପରେ କୌଣସି ବୋଝ ନ ଲଦି ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲରେ ସହଯୋଗ ହୋଇପାରିବ। ସରକାର ଆଦିବାସୀ ହରିଜନ ଛାତ୍ରୀଛାତ୍ରମାନଙ୍କ ପାଠପଢ଼ା ପାଇଁ ଅନେକ ସୁବିଧା କରିଛନ୍ତି ଏହାର ସୁଯୋଗ ନେବା ପାଇଁ ଅଭିଭାବକ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଭିନ୍ନ  ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ  କୁଇଜ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ର ଷ୍ଟଲ କୃଷି ବିଭାଗ ର ଷ୍ଟଲ , ମିଲେଟ ମିଶନ ଷ୍ଟଲ ମିଶନ ଶକ୍ତି, ଆଇଟିଡିଏ ପକ୍ଷରୁ ଷ୍ଟଲ ନିର୍ମାଣ କରାଯାଇ ବିଭାଗୀୟ ବିଭିନ୍ନ ସୂଚନା ଛାତ୍ରଛାତ୍ରୀ ଓ ଅବିଭାବକମାନଙ୍କୁ ସୂଚିତ କରଯାଇଥି। ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ,ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିଲା।

 ଏହି ଅବସରରେ ଗୋପୀନାଥ ମହାନ୍ତି ମଞ୍ଚ ପରିଚାଳନା ଶିକ୍ଷକ ଭୁବନ ବିଶୋଇ ,ନରେନ୍ଦ୍ର ସଗରିଆ,ପ୍ରଶାନ୍ତ ମାଝୀ ଚିତନମୋହନ ବିଶୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ହଜି ଯାଇଛି କଣ୍ଢେଇନାଚ ଦୁର୍ଦ୍ଧିନରେ କଳାକାର ୬୦ ଦଶକର ଚିତ୍ର କଣ୍ଢେଇନାଚ 

Sunil Chandra Nayak

ଲୁଟ ଚାଉଳ ଫେରି ପାଇଲେ ତିନି ହିତାଧିକାରୀ

Sunil Chandra Nayak

ନର୍ଲା ଓକିଲ ସଂଘ ର ନିର୍ବାଚନ 

masiha

Leave a Comment

error: Content is protected !!