ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ 

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ 

ଡାବୁଗାଁ, ୨୬/୯ (ମ.ନି.ସ.)- ମଙ୍ଗଳବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍ ଅଧୀନ ବିଭିନ୍ନ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାଶ ଓ ଉଦଘାଟନ କରିଛନ୍ତି ସାଂସଦ ଓ ବିଧାୟକ |ଏଥିରେ ପୂର୍ତ୍ତ ବିଭାଗର ଡାବୁଗାଁ ଠାରୁ ମଇଦଳପୁର ରାସ୍ତା ର ଉନ୍ନତି କରଣ, ଡାବୁଗାଁ ଠାରୁ ବୋରିଗାଁ ରାସ୍ତା ଉନ୍ନତି କରଣ,ଗ୍ରାମ୍ୟ ନିର୍ମାଣ ବିଭାଜନ ର ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ଚାଲାଣଗୁଡା ଠାରୁ ଏକମ୍ବା ରାସ୍ତାରେ ବେଲ୍ଲାରୀ ନାଳ ଉପରେ ସୁ-ଉଚ୍ଚ ସେତୁର ଶିଳାନ୍ୟାସ ଏବଂ ପୂର୍ତ୍ତ ବିଭାଗ ର ଡାବୁଗାଁ ଠାରୁ ଝରିଗାଁ ରାସ୍ତାର ଶୁଭ ଉଦଘାଟନ କରିଛନ୍ତି | ଏଥିରେ ମୂଖ୍ୟ ଅଥିତି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମା ରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ମହିଳା ବିଜେଡି ସମ୍ପାଦିକା ସ୍ଵର୍ଣ୍ଣଲତା ଭତ୍ରା, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ହୀରା ହରିଜନ, ବ୍ଲକ ବିଜେଡି ମହିଳା ମିଡିଆ ସେଲର ସବିତା ମହାନ୍ତି, ରମେଶ ପଟ୍ଟନାୟକ, ଗେଡୁ ପଟ୍ଟନାୟକ, ଏମ୍. ବାସୀ ରାଓ ଓ ବହୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୪୨ ମୌଜ଼ା ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ

masiha

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶ ରେ ସମୂହ ଦୀପ ପ୍ରଜ୍ବଳନ

କୋକସରା ବ୍ଲକ ରାଜୀବ ନଗର ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!