ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ ଏସ ଡି ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର ଠାରେ” ସହଭାଗିତା ରୂପେ ପିତାମାତା ‘ କାର୍ଯ୍ୟକ୍ରମ ୨୦୨୨-୨୩

ଏସ ଏସ ଡି ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର ଠାରେ” ସହଭାଗିତା ରୂପେ ପିତାମାତା ‘ କାର୍ଯ୍ୟକ୍ରମ ୨୦୨୨-୨୩

 ମୟୂରଭଞ୍ଜ – ( ମସିହା)ରାଇରଙ୍ଗପୁର ମହୁଲଡିହାସ୍ଥିତ ରାଜ୍ୟର ସର୍ବ ପ୍ରଥମ ତଥା ସର୍ବ ପୁରାତନ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି,ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସଂଖ୍ୟା ଲଘୁ ଉନ୍ନୟନ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚଳିତ ଶିକ୍ଷା ବର୍ଷରୁ ପ୍ରଥମ ପର୍ଯ୍ୟାୟ ଅଭିଭାବକ ସହ ଭାଗିତା’ କାର୍ଯ୍ଯକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାଳୟା ସୋରେନଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ସମାରୋହରେ ରାଇରଙ୍ଗପୁର ବ୍ଳକ ସ୍ତରୀୟ ବିଭିନ୍ନ ସରକାରୀ ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ମହାନ୍ତି,,କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ, ଉଦ୍ୟାନ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ,ପଶୁ ସଂପଦ ଅଧିକାରୀ ଡ଼ଃ ସୁବାଷ ମହାନ୍ତି,ବିପଣନ ନିରୀକ୍ଷକ ଉତ୍କଳ ମହାପାତ୍ର,ବନ ବିଭାଗ ସଂଯୋଜକ ଶୁଭ୍ରାଂଶୁ ନାୟକ, ବିଦ୍ୟାଳୟ କମିଟି ଅଧ୍ୟକ୍ଷ ଚିରଞ୍ଜିବୀ ବିରୁଆ,ବ୍ଳକ ସହାୟକ ପ୍ରୋଗ୍ରାମ ଅଧିକାରିଣୀ ସାଧନା ଜେନା,ସହାୟକ ମତ୍ସ୍ୟ ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ସାହୁ,,ସମନ୍ଵିତ ଶିଶୁ ବିକାଶ ଅଧିକାରୀଣୀ କୋଇଲିମଣି ଟୁଡୁ, ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଡଃ ସୋନାଲି ସସ୍ମିତା ଦାସ, ମାଷ୍ଟର ଟ୍ରେନର ହେମଲତା ମହାନ୍ତ ପ୍ରମୁଖ ଯୋଗ ଦେଇ ଉତ୍କଳର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋଚିତ୍ରରେ ଅର୍ଘ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ ।ଶିକ୍ଷୟତ୍ରୀ ସରସ୍ଵତୀ ମହଲା, ଶିକ୍ଷକ ଗୁରୁ ପ୍ରସାଦ ମହାକୁଡ଼ ମଂଚପରିଚାଳନା କରିଥିଲେ ।ପରେ ଅତିଥିଵୃନ୍ଦ ତଥା ବିଭିନ୍ନ ସରକାରୀ ପଦାଧିକାରୀ ଗଣ ନିଜ ନିଜ ବିଭାଗର ଶୈକ୍ଷିକ, ସାମାଜିକ, ଆର୍ଥିକ, ବୃତ୍ତି ଚୟନ କ୍ଷେତ୍ରରେ ସମସ୍ତ ଛାତ୍ରୀ ଓ ଅଭିଭାବକ ମାନଙ୍କୁ ସେମାନଙ୍କ ଉପାଦେୟ,ସୂଚନା ଓ ପରାମର୍ଶ ପ୍ରଦାନ କରିଥିଲେ ।ଏହି ଅବସରରେ ପିଲାମାନଙ୍କର ମଧ୍ଯରେ ବକ୍ତୃତା, ଚିତ୍ରକଳା,ସୃଜନି ଲିଖନ, ଓ ଝୋଟି ପ୍ରତିଯୋଗିତା କାର୍ଯ୍ୟକ୍ରମ ବିଜ୍ଞାନ ଶିକ୍ଷକ ରାଜକିଶୋର ସୋରେନ, ଶିକ୍ଷୟତ୍ରୀ ସାମଗ୍ରିକ ମହାନ୍ତ ପରିଚାଳନା କରିଥିଲେ । ଅତିଥି ଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷୟତ୍ରୀ ପ୍ରଭାସିନୀ ସେଠୀ,, ରଶ୍ମିବତୀ ମୁର୍ମୁ,ପୁଷ୍ପିତା ରାଉତ,ଶାଶ୍ବତୀ ମହାନ୍ତି,ଶଙ୍ଖମଣି ହେମ୍ବ୍ରମ, ଲଳିତ ବାରିକ, ହରପ୍ରସାଦ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଲଗାଣ ବର୍ଷାରେ ମାଟିଘର ଭୁଷୁଡ଼ି ବ୍ୟକ୍ତିଙ୍କ ମ୍ରୁତ୍ୟୁ, ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଓ ଜନ ପ୍ରତିନିଧି

masiha

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା 

Sunil Chandra Nayak

ସାମନ୍ତରାପୁର ପଞ୍ଚାୟତରେ ସମ୍ବିଧାନ ଆଲୋଚନା ସଭା

Sunil Chandra Nayak

Leave a Comment

error: Content is protected !!