ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି.ଡି.ସି.ଏ ଅଫିସ ପରିସ୍ରାଗାର ରେ ତାଲା, ନିର୍ଦ୍ଦେଶ କାହାର ? ସିଜ୍ ଟ୍ରକ୍ ପାଖରେ ଅନେକ କରନ୍ତି ପରିସ୍ରା , ସ୍ବଚ୍ଛତା ଅଭିଯାନ କୁ ଆଖି ଠାର 

ଡି.ଡି.ସି.ଏ ଅଫିସ ପରିସ୍ରାଗାର ରେ ତାଲା, ନିର୍ଦ୍ଦେଶ କାହାର ? ସିଜ୍ ଟ୍ରକ୍ ପାଖରେ ଅନେକ କରନ୍ତି ପରିସ୍ରା , ସ୍ବଚ୍ଛତା ଅଭିଯାନ କୁ ଆଖି ଠାର 

ବଡ଼ବିଲ – ଦୀର୍ଘ ଦିନ ଧରି ଯୋଡ଼ା ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ବିଭାଗ ଅବ୍ୟବସ୍ଥାରେ ଚାଲୁ ଥିବାର ଆଲୋଚନା ରୁ ଶୁଣିବାକୁ ମିଳେ। ଘଟଣା ଯାହା ଦୀର୍ଘ ଦିନ ଧରି ଡି.ଡି.ସି.ଏ ଯୋଡ଼ା ବିଭାଗରେ ଥିବା ଏକ ପରିସ୍ରାଗାରଟିରେ ସହ ଶୌଚାଳୟରେ ତାଲା ପଡ଼ି ଥିବାର ଦେଖିବାକୁ ମିଳୁଛି। ଯଦ୍ୱାରା ଅନେକ ସମୟରେ ସମସ୍ୟା ଉପୁଜୁଥିବାର ଜାଣିବାକୁ ମିଳେ। ⊥ତେବେ ସରକାରୀ ପରିସ୍ରାଗାରଟିକୁ କିଏ ତାଲା ପକାଇଛି ? ଅଫିସରଙ୍କ ସହମତିରେ ପରିସ୍ରାଗାରକୁ ତାଲା ପକାଯାଇଛି କି ? ତେବେ ସୂଚନା ଯୋଗ୍ୟ ବିଭାଗୀୟ କର୍ମଚାରୀ,ଶ୍ରମିକ ଏବଂ ଅଫିସର ଶ୍ରେଣୀକୁ ହିସାବ କଲେ ପ୍ରାୟ ୨୨ ଜଣ ।ତେବେ ସେ ଭିତରେ ଦିନ ତମାମ କମ୍ପାନୀଙ୍କ ଠାରୁ ଆସୁଥିବା ବିଭାଗକୁ ନମୂନା ଗୁଣ୍ଡ କରି କଠିନ ପରିଶ୍ରମ କରୁଥିବା ଶ୍ରମିକଙ୍କ କର୍ଯ୍ୟପ୍ରଣାଳୀ ବେସ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ କଠିନ ପରିଶ୍ରମର ଭୂମିକା ନିର୍ବାହ କରୁଥିବା ଶ୍ରମିକଙ୍କୁ ଭୋକ,ଶୋଷର ପରିମାଣ ନିହାତି ପକ୍ଷରେ ଅଧିକ ସ୍ୱାଭାବିକ ଲାଗିବା ଦ୍ଵାରା ,ପରିସ୍ରାଗାର ମଧ୍ୟେ ଥିବା ଶୌଚାଳୟ ଦ୍ଵାରକୁ ତାଲା ଦେଇ ବନ୍ଦ ରଖିବା ଦ୍ବାରା ଏକ ବଡ଼ ସମସ୍ୟା ବିଭାଗୀୟ ସଭିଙ୍କ କ୍ଷେତ୍ରରେ ଥିବା ବେଳେ ଶ୍ରମିକମାନେ  ଭୋଗିବାର ଶୁଣିବାକୁ ମିଳେ। କିନ୍ତୁ ଏଠି ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ କି ଗତ ୨୦୨୦ ମାର୍ଚ୍ଚରେ ହୋଇଥିବା ନୂତନ ଖଣି ଲିଜରେ ଭାରତ ବର୍ଷର ବୃହତ କମ୍ପାନୀ ଅଞ୍ଚଳକୁ ଆସି ଖଣି ଲିଜ ହାତେଇ ଥିବା ବେଳେ ନିଜ ଖଣି କାର୍ଯ୍ୟ  ନିମନ୍ତେ ଉକ୍ତ କାର୍ଯ୍ୟଳୟକୁ ପ୍ରାୟ ଦିନ ଆସିବା ଭିଡ଼ ଲାଗି ରହିଥିବାର ଦେଖିବା ମିଳେ ।ହେଲେ ଗୁରୁତ୍ୱର ବିଷୟ ଯେ ପରିସ୍ରାଗାର ସହିତ ଭିତରେ ଥିବା ଶୌଚାଳୟର ସମ୍ମୁଖ କବାଟକୁ ତାଲା ପକାଇ ଦେବା ଫଳରେ ,ବହୁ ଖଣି କମ୍ପାନୀର ଲୋକ ଚତୁର୍ପାର୍ଶ୍ୱରେ ଥିବା ଚୋରା ଖଣିଜ ଚାଲାଣ ବେଳେ ଧରା ପଡ଼ିଥିବା ସିଜ ଟ୍ରକ ପଛରେ ପ୍ରାୟ ଦିନ ପରିସ୍ରା କରୁଥିବାର ବିଷୟ  ଏବେ ଯୋଡ଼ା ପୌରାଞ୍ଚଳର ସ୍ୱଚ୍ଛତା ଦିଗ ଉପରେ ପ୍ରଶ୍ନ ଆସେ ଯେ ଗତ କେଇ ବର୍ଷ ଧରି ଯୋଡ଼ା ପୌରପାଳିକା ନିଜର କାର୍ଯ୍ୟ ପ୍ରଣାଳୀରେ ଯେଉଁ ପ୍ରକାରରେ ହାସଲ କରିଥିବା ପୁରସ୍କାର ଆଗକୁ ପାଇବାରେ ବାଧକ ଯେପରି ନଆସୁ ।ଏପରିକି କେତକ କର୍ମଚାରୀ ମଧ୍ୟ ବାଧ୍ୟ ହୁଅନ୍ତି ଉକ୍ତ ସିଜ ପଛ କିମ୍ବା ଅଫିସ କାନ୍ଥକୁ ବ୍ୟବହାର କରିବାକୁ । ସଭିଏ ଜାଣିରଖିବା ଆବଶ୍ୟକ ଯେ ଗୋଟିଏ ସରକାରୀ ଶୌଚାଳୟକୁ ତାଲା କିଏ ପକାଇଲା ଏବଂ କାହାର ଅନୁମତି ଏଥିରେ ସାମିଲ ଅଛି ?  ଏହା ଦ୍ବାରା ପରିବେଶ ର ସ୍ଵଚ୍ଛତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଏହାର ସମସ୍ତ ବିବରଣୀ ଜାଣିବାକୁ ଉକ୍ତ ବିଭାଗର ଡି.ଡି.ସି.ଏଙ୍କୁ ଭେଟ କରି ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟସ୍ତତା କହି ସାକ୍ଷାତ ଦେଇନଥିଲେ । ଏପରିକି ବହୁ ବାର ଫୋନ ଯୋଗେ ମଧ୍ୟ ଉକ୍ତ ସମସ୍ୟା ଉପରେ ବିବରଣୀ ଜାଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟସ୍ତତା କହି ଫୋନ ରଖିଦିଆନ୍ତି ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଶ୍ରୀ ଦାସମାତ ସୋରେନ ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଳରେ ହକି ବିଶ୍ବକପକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା

Sunil Chandra Nayak

ପ୍ରଦୂଷଣ ମୁକ୍ତ ଭାରତ ପାଇଁ ସାଇକେଲ ରେ ଓଡିଶା ଯାତ୍ରାରେ ନସ୍କର

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା 

Sunil Chandra Nayak

Leave a Comment

error: Content is protected !!