ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଛାଡି ବିଜେଡିରେ ସାମିଲ ହେଲେ କଳିଙ୍ଗ ପାଇକ ସେନାର ରାଜ୍ୟ ସଭାପତି

ବିଜେପି ଛାଡି ବିଜେଡିରେ ସାମିଲ ହେଲେ କଳିଙ୍ଗ ପାଇକ ସେନାର ରାଜ୍ୟ ସଭାପତି

ଭବାନୀପାଟଣା,୨୬/୦୯(ମ ନି ସ)- କଳିଙ୍ଗ ପାଇକସେନାର ରାଜ୍ୟ ସଭାପତି ତଥା କଳାହାଣ୍ଡି କ୍ଷତ୍ରୀୟ ପାଇକସମାଜ ଭବାନୀପାଟଣାର ଉପକୁଳପତି ଭୈରବ ପ୍ରସାଦ ନାୟକ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନଠାରେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ କଳାହାଣ୍ଡି ଜିଲ୍ଲା ଦାଦପୁର ଉପମଣ୍ଡଳର ମଣ୍ଡଳ ସଦସ୍ୟ ସହଦେବ ଧଙ୍ଗଡାମାଝୀ ମଧ୍ୟ ଆଜି ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି । ଦୁହେଁ ପୂର୍ବରୁ ବିଜେପି ଦଳରେ ଥିବାବେଳେ ରାଜ୍ୟର ନବୀନ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଉଭୟଙ୍କୁ ରାଜ୍ୟ ସାଂଗଠନିକ ସଂପାଦକ ଶ୍ରୀ ଦାସ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରିଥିଲେ । କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡେଇଙ୍କ ନେତୃତ୍ୱରେ ଶ୍ରୀ ନାୟକ ଓ ଶ୍ରୀ ଧଙ୍ଗଡାମାଝୀ ଆଜି ଶଙ୍ଖ ଭବନ ଯିବା ସହିତ ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

masiha

କଂଗ୍ରେସ ର କର୍ମୀ ସମ୍ମିଳନୀ…. ଯୋଗଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ

masiha

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

Leave a Comment

error: Content is protected !!