ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶଠୁ ବହୁତ ଦୂରରେ ମଢେଇକଚା ପଞ୍ଚାୟତ/ଜିଲ୍ଲାପାଳଙ୍କ ପ୍ରତିଶୁତି କାର୍ଯ୍ୟକାରୀ କେବେ?

ବିକାଶଠୁ ବହୁତ ଦୂରରେ ମଢେଇକଚା ପଞ୍ଚାୟତ/ଜିଲ୍ଲାପାଳଙ୍କ ପ୍ରତିଶୁତି କାର୍ଯ୍ୟକାରୀ କେବେ?

 ମୟୂରଭଞ୍ଜ -26/9 ( ମସିହା) ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲାରେ ଥିବା ବହୁ ଗ୍ରାମ ଏବେବି ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହିଛି। ବହୁ ଗ୍ରାମରେ ଉତ୍ତମ ସଡ଼କ ସଂଯୋଗ, ପାନୀୟଜଳ ଯୋଗାଣ ସ୍ବପ୍ନ ପାଲଟିଛି।ବିଜାତଳା ବ୍ଲକ ମଢେଇକଚା ପଞ୍ଚାୟତ ବଡ଼ବିଲ ଗ୍ରାମ ହେଉଛି ଉଦାହରଣ। ଗ୍ରାମ ରେ ୪୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ୨ଶହରୁ ଉର୍ଦ୍ଧ ଭୋଟର ସଂଖ୍ୟା। ଗ୍ରାମରେ ସଡ଼କ ସଂଯୋଗ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଗ୍ରାମ ଠାରୁ ମଢେଇକଚା ପଂଚାୟତ କାର୍ଯ୍ୟାଳୟ ୮କି.ମି ଦୂର ଭତ୍ତା, ରାସନ୍ ସାମଗ୍ରୀ କିମ୍ବା ଅନ୍ୟ କୌଣସି କାମ ପାଇଁ ପଂଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ ବଡ଼ବିଲ ଗ୍ରାମବାସୀ ୮କି.ମି ବିଶିଷ୍ଟ ପାହାଡ଼ ଜଙ୍ଗଲ ଘେରା ରାସ୍ତା ଦେଇ ଯିବାକୁ ପଡୁଛି। ଭତ୍ତା ଆଣିବାକୁ ଯାଉଥିବା ଵୃଦ୍ଧ, ବୃଦ୍ଧା ଅଧିକ ଅସୁବିଧା ଭୋଗୁଛନ୍ତି। ସେହିପରି ବ୍ଲକରମୂଖ୍ୟ ବିଜାତଳାକୁ ଯିବା ପାଇଁ ହେଲେ ଗ୍ରାମବାସୀଙ୍କୁ ରାଇରଙ୍ଗପୁର ଦେଇ ପ୍ରବାହିତ ପ୍ରାୟ ୩୦କି.ମି ବାଟ ଅତିକ୍ରମ କରିବାକୁ ପଡୁଛି। ଜରୁରୀ ପରିସ୍ଥିତି ରେ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ପଞ୍ଜାୟତ ସମିତି କାର୍ଯ୍ୟାଳୟ କୁ ଆସିବା ପାଇଁ ହେଲେ ବଡ଼ବିଲ ଗ୍ରାମବାସୀ ୩୦କି.ମି ରାସ୍ତା ବୁଲିବାକୁ ପଡ଼ିଥାଏ। ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ହୋଇ ନାହିଁ।୨୦୨୦ ମସିହା ରେ ଗାଆଁ କୁ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ୩ମାସ ଭିତରେ ରାସ୍ତା କାମ ଆରମ୍ଭ ହେବ। ହେଲେ ଜିଲ୍ଲାପାଳ ଙ୍କ ପ୍ରତିଶୁତି ପାଣିରଗାର। ସମସ୍ୟା ର ସମାଧାନ ନ ହେଲେ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବେ ବୋଲି ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

OTN TV ଦ୍ଵାରା  ସମ୍ମାନିତ ହେଲେ ଯୁବ ସାମ୍ୱାଦିକ ହିମାଂଶୁ ଭୋଇ 

masiha

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ୨ଟି ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

masiha

ଧର୍ମଗଡ଼ ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ

masiha

Leave a Comment

error: Content is protected !!