ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ପୂଜା କମିଟିର ପୁରସ୍କାର ବିତରଣ ସମାରୋହ ଆସନ୍ତା ୨୭ ରେ …

କେନ୍ଦ୍ରୀୟ ପୂଜା କମିଟିର ପୁରସ୍କାର ବିତରଣ ସମାରୋହ ଆସନ୍ତା ୨୭ ରେ …

ରାଉରକେଲା: ଆସନ୍ତା ରବିବାର ୨୭ ତାରିଖ ଦିନ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆ ଠାରେ ସିପିସି (କେନ୍ଦ୍ରୀୟ ପୂଜା କମିଟି)ର ପୁରସ୍କାର ବିତରଣ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେକ୍ଟର ୭ ସ୍ଥିତ ମଧୁମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉକ୍ତ ଦିନ ଚୟନିତ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୪୪ଟି ପେଣ୍ଡାଲ କୁ ଏଥିରେ ପୁରସ୍କୃତ କରାଯିବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ରୟାଲ ଲାଇଭ ବ୍ୟାଣ୍ଡ ପକ୍ଷରୁ ସଂଗୀତ ପରିବେଷଣ ସହ ସୋନାଲୀ, ସୈ।ଜନ୍ୟ ରଥ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସିପିସି ସମ୍ପାଦକ ମୁକ୍ତିକାନ୍ତ ବେହେରା, ଉପସଭାପତି ନାରାୟଣ ମହାନ୍ତି, କୋଷାଧ୍ୟକ୍ଷ ପ୍ରଣୟ କୁମାର ନାୟକ, ସହସମ୍ପାଦକ ଅରୁଣ କୁମାର ମହାପାତ୍ର, ରାକେଶ ଶର୍ମା ଓ କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେବା ସହ ଚଳିତ ଥର ହେବାକୁ ଥିବା ପୂଜା କମିଟି ମାନଙ୍କର ପୁରସ୍କାର ବିତରଣ ଉତ୍ସବ ଓ ସାଂସ୍କୃତିକ ସଂଧ୍ୟାରେ ବହୁ ଜନସାଧାରଣ ଉପସ୍ଥିତ ରହିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି l ଶେଷରେ କୋଷାଧ୍ୟକ୍ଷ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

 

Related posts

ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ

Sunil Chandra Nayak

ରଜ ଦୋଳିରେ ମାହୁଲ ହେଲେ ଗ୍ରାମବାସୀ

Sunil Chandra Nayak

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!