ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢ଼େଙ୍କାନାଳ :ତା.୨୪.୦୯.୨୦୨୬ ରିଖ: ଆଜି ପୂର୍ବାହ୍ନରେ ୧୧ ଘଟିକା ସମୟରେ ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନୁଷ୍ଠିତ ହୋଇ ଯାଉଛି।ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ତ‌ଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଢେଙ୍କାନାଳ ପରେଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵୀୟ ଅଭିଭାଷଣରେ ଢେଙ୍କାନାଳ ଜିଲ୍ଲାରେ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ – ୨୦୨୬’ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଏବଂ ତାଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜନସେବା,ସ୍ୱଚ୍ଛତା ଏବଂ ସାମାଜିକ ବିକାଶ।ଏହି ଅଭିଯାନ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ଫୁଟିତ କରିବାରେ ବିଶେଷ ସହାୟକ ହେଉଛି ବୋଲି ସେ ଦୃଢ଼ ମତବ୍ୟକ୍ତ କରିଥିଲେ।ଢ଼େଙ୍କାନାଳ ଜିଲ୍ଲାର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳମୟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ ସୌମ୍ୟାଶ୍ରୀ ପଣ୍ଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ସ୍ୱାଗତ ଭାଷଣରେ ଜିଲ୍ଲାରେ ବିଦ୍ୟାଳୟ,କ୍ଳଷ୍ଟର୍,ବ୍ଲକ୍ ଓ ଜିଲ୍ଲା ସ୍ତରରେ ବିଭିନ୍ନ ବର୍ଗର ପିଲାମାନଙ୍କ ମଧ୍ୟରେ ବକ୍ତୃତା,ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଗୁଡ଼ିକ ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଉନ୍ମୋଚ଼ିତ କରାଯାଉଛି ବୋଲି ସେ କହିଥିଲେ।ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ତ‌ଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଢେଙ୍କାନାଳ ପରେଶ ଚନ୍ଦ୍ର ପାତ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ସେବା ପାଇଁ ଚେଷ୍ଟା କଲେ ନିଷ୍ଠା ରହେ।ନିଷ୍ଠା ଆସିଲେ ପ୍ରତିଷ୍ଠା ମିଳେ ବୋଲି ଦୃଢତାର ସହ ଘୋଷଣା କରିଥିଲେ।ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ,ଛାତ୍ର ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିପାରିବେ ବୋଲି ସେ ଦୃଢ଼ ଆଶାପ୍ରକାଶ କରିଥିଲେ।ମଞ୍ଚାସୀନ ଅତିଥି ବୃନ୍ଦ ବିଭିନ୍ନ ବିଭାଗରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୋଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା।ଯତୀନ୍ଦ୍ର ପ୍ରସାଦ କର ସୁନ୍ଦର ସଭା ସଂଯୋଜନା କରି ମଙ୍ଗଳାଚରଣ ଗାନ,ଅତିଥି ପରିଚୟ ପ୍ରଦାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଢେଙ୍କାନାଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ସ୍ନାତକୋତ୍ତର ଶିକ୍ଷକ,ଦେବୀ ପ୍ରସାଦ ପ୍ରଧାନ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ବକ୍ତୃତା ପ୍ରତିଯୋଗିତାରେ, ବଣସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ସେଠୀ ଓ କାକୁଡ଼ିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଳା ଶିକ୍ଷକ ସୌରଭ ରାୟଙ୍କସମେତ ସମସ୍ତ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ସମଗ୍ର ଶିକ୍ଷା କର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ଦିନରେ ଭୁବନେଶ୍ଵରରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଅଂଶ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି।ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ମନୋହର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଯତୀନ୍ଦ୍ର ପ୍ରସାଦ କର ଅତି ସୁନ୍ଦର ସଭା ସଂଯୋଜନା କରିଥିଲେ ଓ ମଞ୍ଚାସୀନ ଅତିଥି ବୃନ୍ଦ,ସମସ୍ତ ବିଚାରକ ବୃନ୍ଦଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ଶୈବପୀଠ ମାନଙ୍କରେ ମହା ଶିବରାତ୍ରି ପାଇଁ ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ

masiha

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ ରେ

masiha

ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

masiha

Leave a Comment

error: Content is protected !!