ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ପରିବେଶ ଦିନସ ପାଳିତ: ୧୦ ଟି ବ୍ଳକରୁ ୧୦ ଜଣ  ପ୍ରକୃତି ବନ୍ଧୁ ସମ୍ମାନରେ ହେଲେ ସମ୍ମାନୀତ

ନବରଙ୍ଗପୁର,୫/୬(ମସିହା)- ନବରଙ୍ଗପୁର ଚରକବନ ପରିସରରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିନସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ଆମ ପରିବେଶ ସୁରକ୍ଷା ଆମ ହାତରେ ରହିଛି । ଜଙ୍ଗଲ ସୁରକ୍ଷା ସହ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜଙ୍ଗଲ କ୍ଷୟ ଦ୍ଵାରି ବାୟୁ ମଣ୍ଡଳ ଓ ମୃତ୍ତିକା ଉପରେ ମଧ୍ୟ ପ୍ରଭାବ ପକାଉଛି ।ଏନେଇ ଏବେଠାରୁ ସମସ୍ତେ ପରିବେଶ ପ୍ରତି ସଚେତନ ହେବାକୁ ପଡିବ ବୋଲି ଅବିହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲାପାଳ କମଳ ଲୋଚନ ମିଶ୍ର ଯୋଗ ଦେଇ ଗୋଷ୍ଠୀ ଗତ ଭାବେ ପରିବେଶ ସୁରକ୍ଷା ଓ କର୍ତ୍ତବ୍ୟ ରହିବା ଜରୁରୀ । ପ୍ରତ୍ୟେକ ବ୍ୟକ୍ତି ସପ୍ତାହରେ ଗୋଟିଏ ଗଛ ଲଗାଇ ତେବେ ଗୋଟିଏ ବର୍ଷରେ ୪୮ ଗଛ ଲଗାଇ ପାରିବା । ଏହାସମେତ ପ୍ରତ୍ୟେକ ଘରେ ଅମ୍ଳଜାନ ପାଇବା ପାଇଁ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଦ୍ୱାରା ପରିବେଶ ପ୍ରତି ଆଗ୍ରହ ବଢିବ । ପ୍ଲାଷ୍ଟିକ ପରିବେଶ ପରି କ୍ଷତିକାରକ ହୋଇ ଉଠିଛି । ନିଜ ଅନୁଭୂତି କଥା ସାଉଁଟି କହିଥିଲେ ପ୍ଲାଷ୍ଟିକ ବୋତଲ ବ୍ୟବହାର ଛାଡ଼ିଦେଇଛନ୍ତି । ପ୍ରତି ବୈଠକରେ ମୁଁ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର କଲେ ବର୍ଷକ ମଧ୍ୟରେ ୭ ଶହ ବ୍ୟବହାର ହୋଇଥାନ୍ତା । ତାହା ଠାରୁ ଦୂରେଇ ରହିଛି ବୋଲି କହିଥିଲେ । ବାୟୁ ମଣ୍ଡଳ ପରିବେଶକୁ ମଧ୍ୟ ଆମେ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ବୋଲି ଜିଲାପାଳ ମିଶ୍ର କହିଥିଲେ । ସହକାରୀ ବନ ସଂଗ୍ରାକ୍ଷକ ଧନୁର୍ଯ୍ୟୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦିଏଫଓ ପ୍ରଶନ୍ନ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଜିଭିଏସର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ସବୁତ ଓ ବନ୍ୟଜନ୍ତୁ ସୁରକ୍ଷା କର୍ମୀ ଭକ୍ତଚନ୍ଦ ନାୟକ ମଞ୍ଚlସିନ ଥିଲେ । ଏହି ଅବସରରେ ଜିଲାର ୧୦ ଜଣ ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ରେ ମାନ ପତ୍ର ଓ ୧୦ ହଜାରଟଙ୍କା ଲେଖାଏଁ ଚେକ ପ୍ରଦାନ ଅତିଥୀଙ୍କ ଦ୍ୱାରା କରାଯାଇଥିଲା । ଚନ୍ଦାହାଣ୍ଡି ଦିଲୀପ ଦାସ, ଡାବୁଗାଁର ରଞ୍ଜନ କୁମାର ବେହେରା , ଝରିଗାର ସୁନ୍ଦର ମାଝୀ, କୋଷାଗୁମୁଡା ରସନ୍ତୋଷ ଷଡଙ୍ଗୀ, ନବରଙ୍ଗପୁରର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ନନ୍ଦାହାଣ୍ଡିର ହେମନ୍ତ ଆମନାତ୍ୟ, ପାପଡାହାଣ୍ଡିର ରଘୁନାଥ ପ୍ରସାଦ ହାତୀ, ରାଇଘରର ରାମ ଭତରା, ତେନ୍ତୁଳିଖୁଣ୍ଟିର ଜଗବନ୍ଧୁ ବିଶୋଇ ଓ ଉମରକୋଟର ସରୋଜ ଭାତରାଙ୍କୁ ଏହି ସମ୍ମାନ ମିଳିଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା 

ସରସ୍ୱତୀ ଟ୍ରାନ୍ସପୋର୍ଟର ବେନିୟମ କାର୍ଯ୍ୟ

masiha

ବୟସର ଅପରାହ୍ନରେ ଛାଡି ନାହାନ୍ତି ବାଡି ଚାଳନା

Sunil Chandra Nayak

Leave a Comment

error: Content is protected !!