ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ନାଗରିକ ସୁରକ୍ଷା କମିଟିର ଆଲୋଚନା ସଭା, ଉତ୍କଳ ଦିବସ କୁ ସ୍ବାଭିମାନ ଦିବସ ଭାବେ ପାଳନ ପାଇଁ ଆହ୍ୱାନ

ରାଉରକେଲା/ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସ କୁ ରାଉରକେଲା ବାସୀ ସ୍ବାଭିମାନ ଦିବସ ଭାବେ ପାଳନ କରିବାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ୱାନ କରିଛି। ସାରନଗରୀ ସ୍ଥିତ ବାସନ୍ତୀ ଯୁବ ପରିଷଦ ଠାରେ ଅନୁଷ୍ଠିତ କମିଟି ର ଆଲୋଚନା ସଭା ରେ ସମାଜସେବୀ ଡଃ ଅକ୍ଷୟ ସାମଲ ଅଧ୍ୟକ୍ଷତା କରିଥିଲେ। ଏହି ଆଲୋଚନା ସଭା ରେ କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ହରିହର ରାଉତରାୟ , ସଂଜୀବ ମହାନ୍ତି, ପ୍ରଶାନ୍ତ ସେଠୀ, ହୃଦୟାନନ୍ଦ ଯାଦବ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହିତ ରାଉରକେଲା ଦୀର୍ଘଦିନ ଧରି ବିଭିନ୍ନ କ୍ଷେତ୍ରରେ ବୈମାତୃକ ମନୋଭାବର ଶିକାର ହେଉଥିବା ବେଳେ ବିଭିନ୍ନ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରୁ ବଂଚିତ ହୋଇ ଆସୁଛି। ଏହା ବିରୋଧରେ ରାଉରକେଲା ର ଜନ ସାଧାରଣ ଏକଜୁଟ ହେବାକୁ ଆହ୍ୱାନ କରିବା ସହ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସ କୁ ସ୍ବାଭିମାନ ଦିବସ ଭାବେ ପାଳନ କରିବାକୁ ନିବେଦନ କରାଯାଇଛି। ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା କରିବା ଓ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମୁତାବକ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ତାଳଚେର ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା, ରାଉରକେଲା କୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା, ରାଉରକେଲା ରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟ ର ମାନ୍ୟତା ପ୍ରଦାନ କରିବା, ରାଉରକେଲା ବିମାନ ବନ୍ଦର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପ୍ରଭୃତି ଦାବିରେ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସ କୁ ସ୍ବାଭିମାନ ଦିବସ ଭାବେ ପାଳନ କରାଯିବ ସହ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଉକ୍ତ ଦିନ ସକାଳ ୯ଟା ରୁ ୧୨ ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯିବ। ଏହି ଆଲୋଚନା ସଭା ରେ ଅନ୍ୟମାନଙ୍କ ମଧ୍ୟରେ କମିଟି ର ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ,ଅରୁ ଦାସ, ବିନୟ ବେଉରିଆ, ସୁବାସ ବର୍ଦ୍ଧନ, ତାଜମୁନ୍ ନେହାର, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ,ରବି କୁମାର ବେହେରା,ଭଜ ରାଉତ,କେଶବ ସାହୁ, ସୁବାସ ପାତ୍ର,ଅଲେଖ ସାହାଣୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସ୍ବାଭିମାନ ଦିବସ କୁ ସଫଳ କରିବାକୁ ଆହ୍ୱାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗ୍ରୀଷ୍ମ ଲହରୀ: ନୂଆପଡ଼ାରେ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ

Sunil Chandra Nayak

ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କର୍ମଶାଳା 

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!