ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫୦ରୁ ଉର୍ଦ୍ଧ୍ୱ ବିଦେଶୀ ମୃତ ପକ୍ଷୀ ବନବିଭାଗ ଦ୍ୱାରା ଜବତ

ଜଗତପୁର ଥାନା ଅନ୍ତର୍ଗତ ସାତବାଟିଆ ପଶ୍ଚିମକଛ ଢିଅସାହି ନିକଟସ୍ଥ ମହାନଦୀରେ ଦେଖିବାକୁ ମିଳିଛି ଏକ ଅମାନୁଷିକ କାର୍ଯ୍ୟ | ବନ ବିଭାଗର ଅବହେଳା ହେଉ କି ଅପାରଗତା ହେଉ | ଏଭଳି ଘଟଣା ବାରମ୍ବାର ବନ ବିଭାଗର ନଜରକୁ ଆସୁଥିଲେ ବି ବନ ବିଭାଗର ନିରବଦ୍ରଷ୍ଟା ଯୋଗୁଁ ଦିନକୁ ଦିନ ବୃଦ୍ଧିପାଉଛି ଅସାଧୁ ପକ୍ଷୀ ଶିକରୀଙ୍କ ପ୍ରାଦୁର୍ଭାବ | ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ଖୁଲମଖୁଲା ନିରୀହ ପକ୍ଷୀମାନଙ୍କୁ ଶିକାର କରାଯାଉଛି | ଯାହାକୁ ନେଇ ପକ୍ଷୀମାନଙ୍କ ଜୀବନ ଏବେ ଦୁର୍ଦ୍ଧିନରେ | ପକ୍ଷୀ ଶିକାରୀମାନେ ଖାଦ୍ୟରେ ନିଶା ଦେଇ ପକ୍ଷୀମାନଙ୍କୁ ଶିକାର କରି ରାଜ୍ୟର ବିଭିନ୍ନ ସହରମାନଙ୍କରେ ବିକ୍ରି କରିଥାଆନ୍ତି | ଏହାକୁ ଖାଇବା ଦ୍ୱାରା ମଣିଷ ଜୀବନ ବିପଦରେ ପଡିଥାଏ | ସୂଚନା ଅନୁଯାୟୀ ଜଗତପୁର ଥାନା ଅନ୍ତର୍ଗତ ସାତବାଟିଆ ପଶ୍ଚିମକଛ ନିକଟସ୍ଥ ମହାନଦୀରେ ୪ଜଣ ଅସାଧୁ ପକ୍ଷୀ ଶିକାରୀ ପକ୍ଷୀମାନଙ୍କୁ ଖାଦ୍ୟରେ ନିଶା ଦେଇ ୫୦ରୁ ଉର୍ଦ୍ଧ୍ୱ ବିଦେଶୀ ଚକୁଆ ଚକି ପକ୍ଷୀଙ୍କୁ ଶିକାର କରିଥିଲେ | ଏହି ମୃତ ପକ୍ଷୀମାନଙ୍କୁ ଏକ ଦେଶୀ ଡଙ୍ଗା ସାହାଯ୍ୟରେ କୂଳକୁ ଆଣୁଥିବା ସମୟରେ ସ୍ଥାନୀୟ ଲୋକମାନେ ଅଟକାଇବାରୁ ଶିକାରୀମାନେ ସେମାନଙ୍କୁ ଭୟଭୀତ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୫୦ରୁ ଉର୍ଦ୍ଧ୍ୱ ମୃତ ଚକୁଆ ଚକି ପକ୍ଷୀଙ୍କୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି | ଅସାଧୁ ପକ୍ଷୀ ଶିକାରୀମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |

କଟକ ରୁ ସୁକାନ୍ତ ମାହାପାତ୍ରଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

masiha

ବନ୍ଧନ ଫାଇନାନ୍ସ କର୍ମଚାରୀଙ୍କୁ ରାସ୍ତାରୁ ଟଙ୍କା ଆନୁମାନିକ ୭୦ ହଜାର ଟଙ୍କା ଲୁଟି ନେଲେ ୩ ଅଜଣା ଦୁବୃର୍ତ୍ତ

Sunil Chandra Nayak

ଦେଶୀ ମଦ ସହିତ ସ୍କୁଟି ଜବତ, ୦୩ ଗିରଫ 

Sunil Chandra Nayak

Leave a Comment

error: Content is protected !!