ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବର୍ଣ୍ଣାଢ଼୍ୟ ଶିଶୁ ପ୍ରତିଭା ମହୋତ୍ସବ – ସୁରଭି ୨୦୨୬ ଉଦ୍ ଘାଟିତ
ଢେଙ୍କାନାଳ:ତା.୧୦.୧୧.୨୦୨୬ ରିଖ:(ମ ନି ସ ): ନିକଟରେ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବର୍ଣ୍ଣାଢ଼୍ୟ ଶିଶୁ ପ୍ରତିଭା ମହୋତ୍ସବ – ସୁରଭି ୨୦୨୬ ଉଦ୍ ଘାଟିତ ହୋଇଯାଇଛି।ବ୍ଲକ୍ ସ୍ତରରୁ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ତା: ୦୭.୧୧. ୨୦୨୬ ରିଖରେ ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଆୟୋଜନ ହୋଇଥିବା ଜିଲ୍ଲା ସ୍ତରୀୟ ବର୍ଣ୍ଣାଢ଼୍ୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି – ୨୦୨୬ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ପୂର୍ବାହ୍ନ ୧୦.୩୦ ଘଟିକାରେ ଆୟୋଜିତ ହୋଇଥିଲା।ପରେଶ ଚନ୍ଦ୍ର ପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ କୃଷ୍ଣଚନ୍ଦ୍ର ପାତ୍ର,ମାନ୍ୟବର ମନ୍ତ୍ରୀ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା,ଓଡିଶା ସରକାର,ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ଅନ୍ତର୍ନିହିତ ପ୍ରତିଭା ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ,ଏହା ମୁଁ ନିଶ୍ଚୟ କରିପାରିବି ବୋଲି ଦୃଢ଼ ନିଶ୍ଚିତ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ଚ଼ରିତ୍ର ଗଠନ ସହିତ ନିଜର କର୍ମ ଓ ଧର୍ମ ଆଚରଣ ପ୍ରତି ଯତ୍ନବାନ ହେବାକୁ କହିଥିଲେ।ପାଠ ସହିତ ଶାଠ ଉପରେ ଧ୍ୟାନ ଦେଇ,ଖେଳ-କୁଦ,ନୃତ୍ୟ,ଗୀତ ଆଦିରେ ପାରଦର୍ଶିତା ଲାଭ କରିବା, ପ୍ରଶାସନିକ ସେବା ଦ୍ୱାରା ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ।ଫଳର ଆଶା ନ ରଖି ନିଜର କର୍ମ କରିବା ସହିତ ଦେଶମାତୃକାକୁ ଭଲ ପାଇବା ପାଇଁ କହି ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିକ୍ଷା ଓ କାରୁକାର୍ଯ୍ୟ ଭିତ୍ତିକ ୨ ଗୋଟି ଷ୍ଟଲ୍ କୁ ମୁଖ୍ଯ ଅତିଥି ଉଦଘାଟନ କରିଥିଲେ।ଶିଶୁମାନଙ୍କୁ ଉତ୍ତମ ଶିକ୍ଷାଦାନ କରୁଥିବା ବଣସିଂ ପ୍ରାଥମିକ ବିଦ୍ୟାଳୟର ପାରଦର୍ଶୀ ଶିକ୍ଷୟତ୍ରୀ ସୂଚୀସ୍ମିତା ସେଠୀ ଏବଂ ତାଣ୍ଡିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୋନାଲିସା ବିଶ୍ୱାଳଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶତ୍ରୁଘ୍ନ ଜେନା,ମାନ୍ୟବର ବିଧାୟକ,କାମାକ୍ଷାନଗର,ବିଭୁତି ଭୂଷଣ ପ୍ରଧାନ,ମାନ୍ୟବର ବିଧାୟକ,ପର୍ଜଙ୍ଗ,ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଦିପ୍ତୀ ରଂଜନ ସେଠୀ,ସୌମ୍ୟଶ୍ରୀ ପଣ୍ଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ ପ୍ରମୁଖ ଯୋଗ ଦେଇ ସ୍ଵୀୟ ସ୍ଵୀୟ ବକ୍ତବ୍ୟରେ ପାଠ ଓ ଶାଠ ମାଧ୍ୟମରେ ନିଜକୁ ପ୍ରସ୍ତୁତ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପରାମର୍ଶ ଦେବା ସହ ପିଲାମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଗୁଣାବଳୀର ପୂର୍ଣ୍ଣ ବିକାଶ ପାଇଁ ଅଭିଭାବକ,ଶିକ୍ଷକ ଓ ଗୁରୁଜନମାନେ ଯତ୍ନବାନ ହେବାକୁ ଆଶା ବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚ଼ନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ।ଚଳିତ ବର୍ଷ ୨୦୨୬ରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କ୍ଲଷ୍ଟର ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି।ଏ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ତା.୨୯.୯.୨୬ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ,ଭାରପ୍ରାପ୍ତ ଅଧ୍ଯକ୍ଷ,ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ ପ୍ରଧାନ ଶିକ୍ଷକ,ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ତା.୨୧.୯.୨୬ ଠାରୁ ତା.୨୩.୯.୨୬ରିଖ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୧୩୬ ଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ବିଦ୍ୟାଳୟରୁ ଯୋଗ୍ୟ ବିବେଚିତ ହୋଇଥିବା କୃତୀ ଛାତ୍ରଛାତ୍ରୀମାନେ ଆଞ୍ଚଳିକ କ୍ଳଷ୍ଟର୍ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା :ବିତର୍କ, ପ୍ରବନ୍ଧ ଲିଖନ,କୁଇଜ,ଚିତ୍ରାଙ୍କନ,ସୃଜନଶୀଳ ଲିଖନ, ବକ୍ତୃତା,ସଂଗୀତ,ଓଡିଆ ହସ୍ତାକ୍ଷର ଓ ଶ୍ରୁତଲିଖନ,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ,ପି.ଏମ୍.ପୋଷଣ ( ଚିତ୍ରକଳା ), ପି.ଏମ୍.ପୋଷଣ(ଶିଳ୍ପକଳା) ଇତ୍ୟାଦିରେ ଅତି ବରିଷ୍ଠ ବରିଷ୍ଠ ଓ କନିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିଲେ।ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ସଂଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଏହି ତିନୋଟି ବର୍ଗରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ କ୍ଳଷ୍ଟର୍ ସ୍ତରରୁ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀମାନେ ତା. ୨୮.୯.୨୬ ରିଖରୁ ତା.୩୦.୯.୨୬ ତାରିଖ ମଧ୍ୟରେ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଏହି ଉତ୍ସବ ପାଳନ ଅବସରରେ ଆଜି ୧୦ଟି ଇଭେଣ୍ଟରେ ୩୦ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି।ଏହି ସମସ୍ତ ପ୍ରତିଯୋଗିତାରେ କ୍ଲଷ୍ଟର୍ ସ୍ତରରେ କୃତିତ୍ବ ହାସଲ କରିଥିବା ୪୫୫ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ଏବଂ ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ଆସନ୍ତା ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ, ମଙ୍ଗଳା ଚରଣ ଗାନ ଓ ଶାନ୍ତି ପାଠ କରାଯାଇଥିଲା।ଏହି ଅବସରରେ ପିଏମ୍ ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଛାତ୍ରୀମାନେ ସମବେତ ସ୍ୱାଗତ ସଂଗୀତ ଓ ଉଦ୍ ଯାପନୀ ସଙ୍ଗୀତ ଗାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପିଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଆଲୁମିନି ଆସୋସିସନ୍ ର ସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ମନୋନୀତ ପ୍ରତିନିଧି ତଥା ପରିଚାଳନା କମିଟିର ଆଲୁମିନି ସଦସ୍ୟ ଡା. ଦେବୀ ପ୍ରସାଦ ମିଶ୍ର,ଏସ୍ ଏମ୍ ସି ସଭାପତି ସମୀର କୁମାର ପରିଡ଼ା,ସୁନିତାବାଳା ଷଡଙ୍ଗୀ,ବରିଷ୍ଠ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥି, କଲ୍ୟାଣୀ ବଡ଼ଜେନା,ସୁଜାତା ପଣ୍ଡା,ନଳିନୀ ବେହେରା,ସୁଜାତା ପଣ୍ଡା,କିରଣମୟୀ ମହାଳିକ,ଅପରାଜିତା ସାମଲ,ସ୍ମିତିସୁଧା ଜେନାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ସମଗ୍ର ଶିକ୍ଷା କାର୍ଯ୍ୟାଳୟ,ଢେଙ୍କାନାଳର ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଶୁଭାଶିଷ ସାହୁ,ଯତୀନ୍ଦ୍ର ପ୍ରାସାଦ କର,ମନୋହର ଶତପଥୀ,ରାଜେନ୍ଦ୍ର ପ୍ରସାଦ ଦାସ,ଅଶୋକ କୁମାର ସାହୁ,ଦୀପକ କୁମାର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ।ଯତୀନ୍ଦ୍ର ପ୍ରସାଦ କର ଅତି ସୁନ୍ଦର ସଭା ସଂଯୋଜନା କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ ସୌମ୍ୟଶ୍ରୀ ପଣ୍ଡା ସ୍ଵୀୟ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ମଞ୍ଚାସୀନ ଅତିଥି ବୃନ୍ଦ,ସମସ୍ତ ବିଚାରକ ବୃନ୍ଦଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସ୍ୱାଧୀନ ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

