ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

ଡାବୁଗାଁ, ୧୫/୮ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ, ତହସିଲ କାର୍ଯ୍ୟ|ଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟ|ଳୟ, ସାମ୍ବାଦିକ ସଂଘ କାର୍ଯ୍ୟ|ଳୟ, ଡ୍ରାଇଭର ମହାସଂଘ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟ|ଳୟ ଓ ବିଦ୍ୟାଳୟ ଗୁଡିକରେ ସ୍ଵାଧୀନତା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି | ଏହା ସହ ଡାବୁଗାଁ ବ୍ଲକ ସଦରମହକୁମା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ | ଅନୁଷ୍ଠିତ ପାରେଡରେ ମୋଟ ୧୨ ଟି ପରେଡ ଗ୍ରୁପ ଭାଗ ନେଇଥିଲେ | ପରେଡ ଗ୍ରୁପ ଚୟନ କରିବା ପାଇଁ ଚୟନ କର୍ତ୍ତା ଭାବେ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ଡେପୁଟି ରେଞ୍ଜର ସୁକୁମାର ଦୁଖୁ ଓ ଅଗ୍ନିସମ ହାବିଲଦାର ମଙ୍ଗଳଦାନ ହିକ୍କକା ଉପସ୍ଥିତ ରହି ଚୟନ କରିଥିଲେ | ଏଥିରେ ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ର ବରିଷ୍ଠ ବିଭାଗ ପରେଡରେ ପ୍ରଥମ ହୋଇଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ର କନିଷ୍ଠ ଗ୍ରୁପ (୨ୟ) ଓ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗାଇଡ ଗ୍ରୁପ (୩ୟ) ସ୍ଥାନ ଅଧିକାର କରିଥିଲେ | ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା | ଏଥିରେ ଚୟନ କର୍ତ୍ତା ଭାବେ ଅବସରର ପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଅଜୟ ବଲ୍ଲଭ ପଣ୍ଡା, ଲକ୍ଷ୍ମୀକାନ୍ତ ରଥ ଓ ବ୍ଲକ କଳାକାର ସଂଘ ସଭାପତି କାର୍ତ୍ତିକ ଭତରା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ | ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ (୧ମ), ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ (୨ୟ) ଓ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ (୩ୟ) ସ୍ଥାନ ଅଧିକାର କରିଥିଲେ | ସମସ୍ତ କୃତି ପ୍ରତିଯୋଗୀ ମାନେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସାଂସଦ ପ୍ରତିନିଧି ଏମ॰ଆପ୍ପା ରାଓ, ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଶିକ୍ଷକ ହେମନ୍ତ କୁମାର ସାମଲ,ବଲ୍ଲଭ ନାରାୟଣ ପଣ୍ଡା, ବିଶ୍ଵେଶ କୁମାର ତ୍ରିପାଠୀ, ଅମୂଲ୍ୟ ଦଳାଇ, ଶିକ୍ଷୟତ୍ରୀଶିକ୍ଷକ, ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍କୁଟିକୁ ପଛରୁ ଧକ୍କା ଦେଇ ବସ ନେଲା ଯୁବତୀର ନେଲା ପ୍ରାଣ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ତ୍ଵରାନିତ ବର୍ତ୍ତମାନ ପର୍ଯ୍ୟନ୍ତ ୩୩,୧୩୪ ଜଣ ପଂଜିକୃତ ଚାଷୀଙ୍କ ଧାନ ବିକ୍ରୟ 

masiha

ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!